ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ବଡଦିନ ଉତ୍ସବ ପାଳନ ନିମନ୍ତେ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି । ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭମ୍ ଭୋସଲେ, ଆଇଆଇସି ସମ୍ବିତ ସ୍ୱାଇଁଙ୍କ ସମେତ ସଦଳବଳ ପୋଲିସ ବାଟାଲିୟନ ସମଗ୍ର ବାଲିଗୁଡା ସହର ଓ ବାରଖମା ପରିଭ୍ରମଣ କରି ଚଳିତ ବର୍ଷ ବଡଦିନ କିପରି ଶାନ୍ତି ଶୃଙ୍ଖଳାର ସହିତ ପାଳନ ହେବ ସେ ସମ୍ପର୍କରେ ଫ୍ଲାଗ ମାର୍ଚ୍ଚ କରିବାର ଦେଖିବାକୁ ମିଳିଥିଲା । ବଡଦିନ ଯେତିକି ପାଖେଇ ଆସୁଛି ବଜାର, ହାଟ, ଦୋକାନ ସେତିକି ଭିଡ ଦେଖିବାରେ ମିଳୁଛି । ଖ୍ରୀଷ୍ଟିଆନ ଭାଇଭଉଣୀମାନେ ନିଜ ନିଜ ଘର ସହିତ ଗୀର୍ଜା ଘର ଗୁଡିକ ସାଜସଜା କରି ରଙ୍ଗୀନ କରିବା ସହ ଆଲୋକମାଳାରେ ସୁନ୍ଦର ଦେଖାଯାଉଛି । ଏହି ଉତ୍ସବକୁ ଶାନ୍ତି ପୂର୍ଣ୍ଣ ଭାବରେ ଯେପରି ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଭାଇ ଭଉଣୀମାନେ ପାଳନ କରିପାରିବେ ସେଥିପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ସୁରକ୍ଷା ଉପରେ କଡାକଡ଼ି ଦୃଷ୍ଟି ରଖିଥିବା ବିଷୟ ବାଲିଗୁଡା ଏସଡିପିଓ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।