କେନ୍ଦୁଝର : କେନ୍ଦୁଝର ପୋଲିସକୁ ବଡ଼ ସଫଳତା ମିଳିଛି । ୨୧୩ ଗ୍ରାମ ବ୍ରାଉନସୁଗାର, ୮ ଲକ୍ଷ ୩୦ ହଜାର ଟଙ୍କା, ୧୨ ମୋବାଇଲ ଜବତ ସହ ୨୧ ଜଣ ଗିରଫ ହୋଇଛନ୍ତି । କେନ୍ଦୁଝର ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ସ୍ପେଶାଲ ସ୍କ୍ବାଡ୍ ପକ୍ଷରୁ ୨ ଦିନ ଧରି ଆନନ୍ଦପୁର ଉପଖଣ୍ଡ ଘଷିପୁରା, ଆନନ୍ଦପୁର, ରାମଚନ୍ଦ୍ରପୁର ଏବଂ ନନ୍ଦିପଦା ଥାନା ଅଞ୍ଚଳରେ ଚଢ଼ାଉ କରିଥିଲା । ବ୍ରାଉନସୁଗାର କାରବାର କରୁଥିବା ଅଭିଯୋଗରେ ବିଭିନ୍ନ ଥାନା ଅଞ୍ଚଳରୁ ୨୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରବା ସହ ସେମାନଙ୍କଠାରୁ ୨୧୩ ଗ୍ରାମ ବ୍ରାଉନସୁଗାର, ନଗଦ ୮ ଲକ୍ଷ ୩୦ ହଜାର ଟଙ୍କା ସହ ୧୨ଟି ମୋବାଇଲ ଜବତ କରିଥିବା ନେଇ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି । କେନ୍ଦୁଝରର ଅତିରିକ୍ତ ଏସ୍ପି ପ୍ରତ୍ୟୁଷ ମହାପାତ୍ର । ବିଭିନ୍ନ ସମୟରେ ଆନନ୍ଦପୁର ଉପଖଣ୍ଡରେ ବ୍ରାଉନସୁଗାର କାରବାର ନେଇ ଅଭିଯୋଗ ହୋଇଆସୁଥିଲା । ଅଭିଯୋଗ ଆଧାରରେ ଶାଳପଡ଼ା ହାଟପଡ଼ିଆ, ଶାଳବଣି ଛକ ଆଦି ସ୍ଥାନରେ ଏହି କାରବାର ହେଉଥିବା ପୋଲିସ ପ୍ରକାଶ କରିଛି । ଏହି ବ୍ରାଉନସୁଗାର କାରବାରରେ ଆହୁରି ଅନେକ ବ୍ୟକ୍ତି ସଂପୃକ୍ତ ଅଛନ୍ତି ସେମାନଙ୍କୁ ଗିରଫ କରାଯିବା ସହ ଚଢ଼ାଉ ଜାରି ରହିବ ବୋଲି ଖବରଦାତା ସମ୍ମିଳନୀରେ ପ୍ରତ୍ୟୁଷ ମହାପାତ୍ର, ଅତିରିକ୍ତ ଏସ୍ପି, କେନ୍ଦୁଝର ସୂଚନା ଦେଇଛନ୍ତି ।
