oom

ଟ୍ରଲର୍‌ ଧକ୍କାରେ ମହିଳା ପୋଲିସ ମୁତ୍ୟୁ

jsmm

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ଚାନ୍ଦିଲି ଥାନା ଅନ୍ତର୍ଗତ ଗୁନାଖାଲ ପିଣ୍ଡାପଦର ଛକଠାରେ ଏକ ସ୍କୁଟିରେ ଯାଉଥିବା ମହିଳା ପୋଲିସଙ୍କୁ ଜେକେପୁର ପଟୁ ଆସୁଥିବା ବାଇକ୍ ଧକ୍କା ଦେଇଥିଲା । ଫଳରେ ମହିଳା ପୋଲିସ ଜଣକ ଭାରସାମ୍ୟ ହରାଇ ତଳେ ପଡି ଯାଇଥିଲେ । ଉକ୍ତ ସମୟରେ ସ୍କୁଟି ପଛପଟରୁ ଆସୁଥିବା ଏକ ଟ୍ରଲର ଧକ୍କା ଦେବାରୁ ସ୍କୁଟି ଚାଳକ ତଥା ମହିଳା କନଷ୍ଟେବଳ ଟ୍ରଲର ତଳେ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି । ବାଇକ୍ ଚାଳକ ୨ ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ କାର୍ଯ୍ୟରତ ପୋଲିସ କନଷ୍ଟେବଳ ଖେଦାପଡା ଗ୍ରାମପଞ୍ଚାୟତର ବୃନ୍ଦା ଗାଣ୍ଟାଙ୍କ ଝିଅ ଲାବଣ୍ୟା ଗାଣ୍ଟା (୨୫) । ତାଙ୍କ ଘର ଖେଦାପଡ଼ା ପଞ୍ଚାୟତରେ । ଗୁରୁତର ଦୁଇ ବାଇକ ଚାଳକ ଓ ଆରୋହୀ ହେଲେ ବିଷମକଟକ ବ୍ଲକ ବେଥିଆପଡ଼ା ପଞ୍ଚାୟତର ମୁନି ଗାଁର କାନ୍ତାରାଓ କାଡ୍ରାକା(୪୦) ଓ ସୁବାରାଓ କାଡ୍ରାକା(୪୦) । ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଲୁହା ବୋଝଇ ଟ୍ରଲର ନମ୍ୱର ଏଚ୍‌ଆର୍‌ ୫୫ଏପି ୫୩୯୨ ଥେରୁବାଲିରୁ ଜେକେପୁର ଅଭିମୁଖେ ଆସୁଥିଲା । ଘଟଣାରୁ ପ୍ରକାଶ ଯେ, ମହିଳା ପୋଲିସ ଲାବଣ୍ୟା ଶନିବାର ସକାଳୁ ଘରୁ ବାହାରି ରାୟଗଡ଼ା ଶ୍ରଦ୍ଧା ଶ୍ରୀକ୍ଷେତ୍ରକୁ ବାହୁଡା଼ ଯାତ୍ରା ଡ୍ୟୁଟି କରିବା ପାଇଁ ଆସୁଥିଲେ । ଉକ୍ତ ରାସ୍ତାରେ ବିପରୀତ ଦିଗରୁ ଅନ୍ୟ ଏକ ବାଇକରେ ଦୁଇଜଣ ଆସୁଥିଲେ । ତେବେ ନିକଟସ୍ଥ ହମ୍ପସରେ ବ୍ରେକ ମାରିବା ବେଳେ ବାଇକ୍ ସହ ସ୍କୁଟି ଧକ୍କା ହେଇଥିଲା । ଏହି ସମୟରେ ପଛପଟୁ ସ୍କୁଟିକୁ ଟ୍ରଲର ଧକ୍କା ଦେଇଥିଲା । ତେବେ ଘଟଣାସ୍ଥଳରେ ଲାବଣ୍ୟା ସ୍କୁଟିରୁ ପଡିଯିବା ବେଳେ ଟ୍ରଲର ତାଙ୍କ ଉପରେ ମାଡ଼ି ଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରଲରକୁ ଜବତ କରି ଡ଼୍ରାଇଭରକୁ ଗିରଫ କରିଛନ୍ତି । ପୋଲିସ ଶବକୁ ଉଦ୍ଧାର କରି ଦମକଳ ବାହିନୀରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

jittmm
Leave A Reply

Your email address will not be published.