ଭୁଶୁଡି ପଡିଲା ପୋଲ : ଅଳ୍ପକେ ବର୍ତ୍ତିଲେ ୭ ଯାତ୍ରୀ

ଭବାନୀପାଟଣା, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା-ଥୁଆମୂଳ ରାମପୁର ୪୪ନଂ ରାଜ୍ୟ ରାଜପଥ ଅଟଙ୍ଗଗୁଡା ଭାଗୀରଥି ପାର୍କ ନିକଟରେ ଥିବା ପୋଲ ଭୁଶୁଡି ପଡିଥିବା ଜଣାପଡିଛି । ସେହି ସମୟରେ ରାସ୍ତାରେ ଯାଉଥିବା ଦୁଇଟି କାର୍‌ (ଓଡି୩୩ ୬୮୦୭) ଓ (ଓଡି ୩୩ଟି ୧୦୮୮) ପୋଲ ତଳକୁ ଖସି ପଡିଥିବା ବେଳେ ଉଭୟ କାର୍‌ରେ ଥିବା ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.