ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ଗ୍ରାମର ପଶ୍ଚିମ ପାଖରେ ପ୍ରବାହିତ ଦୟାନଦୀର ଗୋପଘାଟରୁ ଯୋରକଣୀକୁ ସଂଯୋଗ କରୁଥିବା ଅସ୍ଥାୟୀ ପୋଲ ଓ ରାସ୍ତା ଗତକାଲି ବର୍ଷା ଜଳରେ ଭାସିଯାଇଛି । ଏଣେ ଡଙ୍ଗା ନାହିଁ, ଯୋଗାଯୋଗ ସମ୍ପୁର୍ଣ୍ଣ ବିଛିନ୍ନ ସହ ୨ଦିନ ହେଲା ଜଳବନ୍ଦୀରେ ଯୋରକଣୀ, ତିଗିରିଆ, ବିତିପୁର ବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ପର୍ଯ୍ୟନ୍ତ ସ୍ଥାନୀୟ ପ୍ରଶାସନର ପକ୍ଷରୁ କୌଣସି ବ୍ୟବସ୍ଥା ହୋଇନାହିଁ ।
Prev Post
Next Post