ପୋଖରୀରେ ବୁଡି ଦୁଇ ଶିଶୁପୁତ୍ରଙ୍କ ମୃତ୍ୟୁ, ନାଗଣ ଗ୍ରାମରେ ଶୋକାକୁଳ ପରିବେଶ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଧାନକେରା ଗ୍ରାମପଚାଂୟତ ନାଗଣ ଗ୍ରାମରେ ଶୁକ୍ରବାର ଦୁଇଜଣ ଶିଶୁପୁତ୍ର (ଦୁଇ ଭାଇ) ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିବା ଖବର ମିଳିଛି । ମୃତ ଦୁଇ ଶିଶୁ ଜଣକ ହେଲେ ନାଗଣ ଗ୍ରାମର ସଦାଶିବ ପ୍ରଧାନଙ୍କ ଦୁଇ ଶିଶୁ ପୁତ୍ର ସତ୍ୟଜିତ ପ୍ରଧାନ(୭) ଓ ଶୁଭ୍ରଜିତ ପ୍ରଧାନ (୩) । ତେବେ ସତ୍ୟଜିତ ଓ ଶୁଭ୍ରଜିତ ଘର ପାଖରେ ଖେଳୁଥିବା ବେଳେ ନିକଟସ୍ଥ ପୋଖରୀରେ ପଡି ବୁଡି ଯାଇଥିଲେ । ପିଲାଙ୍କୁ ନ ପାଇବାରୁ ପରିବାର ଲୋକେ ନିକଟସ୍ଥ ନଦୀ ଓ ପୋଖରୀ ଖୋଜା ଖୋଜି କରିଥିଲେ । ପୋଖରୀରୁ ଦୁଇ ଭାଇଙ୍କୁ ପାଇ ତୁରନ୍ତ ନିକଟସ୍ଥ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇ ନେଇଥିଲେ । କିନ୍ତୁ ଦୁଇ ଶିଶୁଙ୍କ ଅବସ୍ଥା ଗୁରୁତ୍ୱର ହେତୁ ସେଠାରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ଆମ୍ବୁଲାନ୍ସ ଯୋଗେ ନିଆଯାଇଥିଲା । ଦୁଃଖର ବିଷୟ ସେଠାରେ ଡାକ୍ତର ଶିଶୁଦ୍ୱୟଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ । ମୃତ୍ୟ ଖବର ପାଇ ସମଗ୍ର ଅଚଂଳରେ ଶୋକର ଛାୟା ଖେଳି ଯାଇଥିଲା ।

Leave A Reply

Your email address will not be published.