oum

ବେଲପଡା ଦ୍ୱାରିକା ଭୋଜନାଳୟର ଖାଦ୍ୟରେ ବିରାଟ ପୋକ : ଜିଲ୍ଲା ଖାଦ୍ୟ ନିରୀକ୍ଷକ ନୀରବ ଦ୍ରଷ୍ଟା, ସାଧାରଣରେ ଅସନ୍ତୋଷ

jsm

ବେଲପଡା, (ଅଶୋକ ବାଗ) : ଅନେକ ଜାଗାରେ ଖାଦ୍ୟର ଗୁଣବତ୍ତା ଯାଞ୍ଚ କରିବା ପାଇଁ ଦିନକୁ ଦିନ ପ୍ରଶାସନ ତରଫରୁ ଅନେକ ହୋଟେଲମାନଙ୍କୁ ଚଢ଼ାଉ କରି ଖାଦ୍ୟର ଗୁଣବତ୍ତା ଯାଞ୍ଚ କରାଯାଉଛି । ଯେଉଁଠି ଅଳ୍ପ ମାତ୍ରାରେ ମଧ୍ୟ ଖାଦ୍ୟର ଗୁଣବତ୍ତା ଖରାପ ବାହାରୁଛି ସେହି ହୋଟେଲକୁ ସିଲ କରୁଛି ପ୍ରଶାସନ । କିନ୍ତୁ ପ୍ରଶାସନକୁ ଖାତିର ନ କରି ଅନେକ ଜାଗାରେ ବିନା ଫୁଡ୍ ଲାଇସେନ୍ସରେ ଏବଂ ଅପ୍ରାକୃତିକ ପରିବେଶରେ ଖାଦ୍ୟ ସାମଗ୍ରୀ ତିଆରି କରାଯାଉଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ବେଲପଡ଼ା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଦ୍ୱାରିକା ହୋଟେଲରେ । ଏହି ହୋଟେଲ ପାଖରେ ବ୍ଲକ କାର୍ଯ୍ୟାଳୟ, ତହସିଲ, କୃଷିବିଭାଗ, ପଶୁ ଚିକିତ୍ସାଳୟ, ଜଳପରିମଳ ବିଭାଗ ସମେତ ଅଫିସ କାମରେ ଆସିଥିବା ଜନସାଧାରଣ ଏହି ହୋଟେଲ ଖାଦ୍ୟରେ ନିର୍ଭର କରିଥାନ୍ତି । ଏହି ହୋଟେଲରେ ତିଆରି ଖାଦ୍ୟର ଗୁଣବତ୍ତା ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି । ଅନେକ ଥର ଏଠି ଖାଇବାକୁ ଆସୁଥିବା ଲୋକେ ଖାଦ୍ୟରେ ପୋକ ବାହାରୁଥିବା ଅଭିଯୋଗ ମଧ୍ୟ କରୁଛନ୍ତି । ଏଠି ଯଦି ଆପଣ ଖାଇ ସାରିକି ବିଲ ମାଗିବେ ତା’ ହେଲେ ବିଲ ମଧ୍ୟ ଦିଆଯାଉନାହିଁ । ଅଭିଯୋଗ ଅନୁସାରେ ଆଜି ଦ୍ୱିପହର ସମୟରେ କିଛି ବ୍ୟକ୍ତି ବେଲପଡ଼ା ସ୍ଥିତ ଦ୍ୱାରିକା ହୋଟେଲରେ ବିରିୟାନୀ ଖାଉଥିବା ବେଳେ ଖାଦ୍ୟରେ ପୋକ ବାହାରିଥିବା ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ପରେ ହୋଟେଲ ମାଲିକ ସେହି ବ୍ୟକ୍ତିଙ୍କୁ ଧମକ ଚମକ ଦେଉଥିବା ମଧ୍ୟ ଅଭିଯୋଗ ରହିଛି । ବ୍ଲକ ସହ ଯୋଡ଼ିକି ରହୁଥିବା ହୋଟେଲରେ କେମିତି ଏଭଳି ନିମ୍ନ ମାନର ଖାଦ୍ୟ ତିଆରି ହେଉଛି ଏବଂ ବାରମ୍ବାର ଅଭିଯୋଗ ପରେ ମଧ୍ୟ କେମିତି ପ୍ରଶାସନ ଜାଣି ଚୁପ୍ ରହିଛି, ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏହାର ଉଚିତ୍ ତଦନ୍ତ କରି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ଆଗରୁ ଏହି ଦ୍ୱାରିକା ହୋଟେଲରେ ତିଆରି ଖାଦ୍ୟର ଗୁଣବତ୍ତା ଯାଞ୍ଚ କରିବା ସହିତ ଏହାର ଫୁଡ୍ ଲାଇସେନ୍ସ ତଦାରଖ କରିବା ନିହାତି ଜରୁରୀ ବୋଲି ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.