ls

ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କବି ଜୟନ୍ତ ମହାପାତ୍ର ୯୩ ବର୍ଷ ବୟସରେ କରୋନାକୁ ହରାଇ ଘରକୁ ଫେରିଲେ

sb

ଭୁବନେଶ୍ୱର : ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କବି ଜୟନ୍ତ ମହାପାତ୍ର ୯୩ ବର୍ଷ ବୟସରେ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତାଙ୍କ ସୁସ୍ଥତା ଖବର ପାଇ କବି, ଲେଖକ ତଥା ସାହିତ୍ୟିକଙ୍କ ଜଗତରେ ଖୁସିର ଲହରି ଖେଳିଯାଇଛି । ସେ କୋଭିଡ଼୍‌ ଆକ୍ରାନ୍ତ ହେବାପରେ କବି, ଲେଖକମାନେ ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିଲେ । ବାର୍ଦ୍ଧକ୍ୟଜନିତ, ମଧୁମେହ ଭଳି ଅନ୍ୟ ରୋଗରେ ଆକ୍ରାନ୍ତ ଥିବାରୁ ଶ୍ରୀ ମହାପାତ୍ରଙ୍କ ଚିକିତ୍ସା ଏସସିବି ଡ଼ାକ୍ତରୀ ଟିମଙ୍କ ପାଇଁ ଏକ ବଡ଼ ଚ୍ୟାଲେଂଜ ଥିବା ବେଳେ ଦୀର୍ଘ ୧୬ ଦିନର ସଫଳ ଚିକିତ୍ସା ପରେ ଏବେ ସେ ସୁସ୍ଥ ଅଛନ୍‌ନ୍ତି ବୋଲି କହିଛନ୍ତି ପ୍ରଫେସର ଡ଼ାକ୍ତର ଜୟନ୍ତ ପଣ୍ଡା ।

ସୂଚନାଯୋଗ୍ୟ ଯେ, ଗତ ମାସ ୩୧ ତାରିଖ ଦିନ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ଏସସିବି କୋଭିଡ଼ ହସ୍ପିଟାଲର ନ୍ୟୁ ମେଡ଼ିସିନ୍ ବିଭାଗର ଆଇସିୟୁରେ ତାଙ୍କୁ ଭର୍ତି କରାଯାଇଥିଲା । ପ୍ରଥମରୁ ତାଙ୍କୁ ଅଧିକ ଅକ୍ସିଜେନ୍ ଦରକାର ହେଉଥିବା ବେଳେ ଧୀରେ ଧୀରେ ଅକ୍ସିଜେନ୍ ସ୍ତର ନିୟନ୍ତ୍ରଣକୁ ଆସିଥିଲା । ,ବେ ତାଙ୍କୁ ଆଉ ଅକ୍ସିଜେନର କୌଣସି ଆବଶ୍ୟକତା ପଡ଼ୁନଥିବା ଏସସିବି ପକ୍ଷରୁ କୁହାଯାଇଛି ।

pc pk
Leave A Reply

Your email address will not be published.