centurian jitm

ପିଏମ୍‌ ପୋଷଣ ଯୋଜନାରେ କାର୍ଯ୍ୟରତ ପାଚିକା, ସହାୟିକା ପ୍ରଶିକ୍ଷଣ ଶିବିର

nschool

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକର ୨ଟି ବିଦ୍ୟାଳୟରେ ଏକ ଦିବସୀୟ ପିଏମ୍‌ ପୋଷଣ ଯୋଜନାରେ କାର୍ଯ୍ୟରତ ପାଚିକା, ସହାୟିକା ନିମନ୍ତେ ପ୍ରଶିକ୍ଷଣ ଶିବିର ଓ ରନ୍ଧନ ପ୍ରତିଯୋଗିତା ସରକାରୀ ତୁରେକେକା ଉଚ୍ଚ ବିଦ୍ୟାଳୟ ଓ ସରକାରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଲୟ କଣ୍ଟାବାଞ୍ଜିରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ତାଲିମ ଶିବିରରେ ପାଚିକାମାନଙ୍କ ମଧ୍ୟରେ ରନ୍ଧନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ତୁରେକେଲା ବ୍ଲକ ବିଭିନ୍ନ ବିଦ୍ୟାଳୟର ପାଚିକା ଓ ସହପାଚିକା ଭାଗ ନେଇଥିଲେ ପରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ କିପରି ଭାବେ ପରିଷ୍କାର ଚାଉଳ, ପନିପରିବାକୁ ପାଣିରେ ଧୋଇବା ପରେ ରୋଷେଇ କାର୍ଯ୍ୟ ତୁଲାଇବେ ସେ ସମ୍ପର୍କରେ ବିଶୃତ ଭାବେ ତାଲିମ ପ୍ରଦାନ କରାଯାଇଥିଲା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରକାଶ ସେଲମା ତୁରେକେଲା ବିଇଓ କାର୍ଯ୍ୟାଳୟ ମଧ୍ୟାନ୍ନ ଭୋଜନ ଦାୟିତ୍ୱ ଥିବା ଡିଇଓ, ଆରପି ଭାବେ ଅମରେନ୍ଦ୍ର କୁମାର ବାଗ ସିଆରସିସି ହିଆଲ କ୍ଲଷ୍ଟର, ଡମ୍ବରୁ ମେହେର ଶିକ୍ଷକ ପ୍ରାଥମିକ ବିଦ୍ୟାଳୟ ବାଞ୍ଜିପାଲି ଓ ବବରୁବାହାନ ନାଏକ ସହ ଶିକ୍ଷକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାହବଲ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କଣ୍ଟାବାଞ୍ଜି ଠାରେ ଆରପି ଭାବେ ଗୌରହରି ମେହେର ପ୍ରଧାନ ଶିକ୍ଷକ ଉପସ୍ଥିି ଥିଲେ ।

Leave A Reply

Your email address will not be published.