oom

ଏପ୍ରିଲ ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ ଜୁବୁଲି

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ ଜୁବୁଲି ଏପ୍ରିଲ ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ମହାସମାରୋହରେ ପାଳିତ ହେବ । ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବରେ ଗ୍ରାମ୍ୟ ବିକାଶ, ଶ୍ରମ, ନିଯୁକ୍ତ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗଦେଇ ଉଦ୍‌ଘାଟନ କରିବେ । ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ଅଧ୍ୟକ୍ଷତାରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହେବ । ମୁଖ୍ୟବକ୍ତା ଭାବରେ ସୁଜିତ କୁମାର ପୃଷେଠ ଉଦ୍‌ବୋଧନ ଦେବେ । ଦ୍ବିତୀୟ ଦିନରେ ଓଡ଼ିଶା ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲଜୀ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଉଚ୍ଚ ବିଦ୍ୟାଳୟ ଅତିଥି ଭାବରେ ବିଧାୟକ ମୁକେଶ ମହାଲିଙ୍ଗ ଉଦ୍‌ବୋଧନ କରିବେ । ତୃତୀୟ ଦିନରେ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ ଭାଇସ୍ ଚାନସେଲର ପ୍ରଫେସର ଏନ୍‌ ନାଗାରାଜୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିବେ, ମୁଖ୍ୟବକ୍ତା ଭାବରେ ପ୍ରଫେସର ଛାୟାକାନ୍ତ ଷଡଙ୍ଗୀ ଯୋଗଦାନ କରି ନିଜର ବକ୍ତବ୍ୟ ପ୍ରଦାନ କରିବେ । ଅନ୍ୟତମ ବକ୍ତା ଭାବରେ ଡ.ମୋନାଲିଆ ପାଢୀ ତାଙ୍କର ବକ୍ତବ୍ୟ ରଖିବେ । ଉକ୍ତ ତିନି ଦିନ ବ୍ୟାପୀ କାର୍ଯ୍ୟକ୍ରମରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଶାଶ୍ୱତ ଯୋଶୀ ଏଣ୍ଡ ଗୁପ ଟିଟିଲାଗଡ, ନରରାଜ ଗ୍ରୁପ ସମ୍ବଲପୁର, ନୀଳାଚଳ ଗ୍ରୁପ ବଲାଙ୍ଗିର, ମ୍ୟାନିକ ଶୋ ପଏଁରି ସୋନପୁର, ଘୁଡକା ତୁଷରା, ପ୍ରତିଭା ଭବାନୀପାଟଣା, ଶଙ୍କର ବେହେରା ଗ୍ରୁପସ ଲୋଇସିଂହା ପର୍ଯ୍ୟବେଷିତ କରାଯିବ ବୋଲି ପ୍ଲାଟିନମ ଜୁବୁଲି ସଂପାଦକ ଡ. ବିରଞ୍ଚି ସାହୁ ଜଣାଇଛନ୍ତି ।

jittmm
Leave A Reply

Your email address will not be published.