ତୁରନ୍ତ ଚାଉଳ ଉଠାଉ ଏଫସିଆଇ : ସାଂସଦ ପ୍ରଦୀପ ପୁରୋହିତ

ବରଗଡ, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାରଙ୍କ ନିକଟରେ ବରଗଡ଼ ସାଂସଦଙ୍କ ଦାବି । ଓଡ଼ିଶାରେ ଏଫସିଆଇ ଗୋଦାମରେ ବଢ଼ୁଥିବା ଷ୍ଟକକୁ ନଜରରେ ରଖି ଶୀଘ୍ର ଚାଉଳ ଉଠାଯାଉ । ଏନେଇ ସଂସଦରେ ଦୃଷ୍ଟି ଆକର୍ଷଣ କରିଛନ୍ତି ସାଂସଦ ପ୍ରଦୀପ ପୁରୋହିତ । ଏବେସୁଦ୍ଧା ଖରିଫ ଓ ରବି ଋତୁରେ ୭୩.୫ ଲକ୍ଷ ମେଟ୍ରିକ ଟନ୍ ଧାନ କିଣାଯାଇଛି । ଏହାଭିତରୁ ୪୯.୬ ଲକ୍ଷ ମେଟ୍ରିକ ଟନ୍ ଚାଉଳ ପ୍ରସ୍ତୁତ ହୋଇଛି । ରାଜ୍ୟର ବାର୍ଷିକ ଆବଶ୍ୟକତା ରହିଛି ମାତ୍ର ୨୬ ଲକ୍ଷ ମେଟ୍ରିକ ଟନ୍ । ୨୩ ମେଟ୍ରିକ ଟନ୍‌ ଅଧିକ ଚାଉଳ ଏଫସିଆଇର ଗୋଦାମ ଗୁଡ଼ିକରେ ପଡ଼ି ରହିଛି । ଯାହାକୁ ଉଠାଇବା ବ୍ୟବସ୍ଥା ଧିମା ଗତିରେ ଚାଲିଛି । ଏଫସିଆଇକୁ ପ୍ରତିମାସରେ ୧.୭ ମେଟ୍ରିକ ଟନ୍ ଚାଉଳ ଉଠାଇବାର ଥିଲା । କିନ୍ତୁ ରେଳ ର୍ୟାକସ୍ ଏବଂ ପରିବହନ ସମସ୍ୟା ଯୋଗୁଁ ଯେତିକି ଉଠାଯାଉଛି ତାହା ବାସ୍ତବିକଠାରୁ ଢ଼େର କମ୍ । ଏହାଦ୍ୱାରା ଗୋଦାମ ଗୁଡିକରେ ଲମ୍ବା ସମୟ ଧରି ଚାଉଳ ପଡ଼ି ରହିଥିବାରୁ ସେସବୁ ନଷ୍ଟ ହେବା ସ୍ଥିତିକୁ ଆସିଗଲାଣି ବୋଲି କହିଛନ୍ତି ବରଗଡ଼ ସାଂସଦ । ଏହାଦ୍ୱାରା ଚାଷୀମାନେ ଗମ୍ଭୀର ଭାବେ ଆର୍ଥିକ କ୍ଷତି ସହୁଛନ୍ତି । ଏହାସହ ରାଷ୍ଟ୍ରୀୟ ସମ୍ପତ୍ତି ବରବାଦ ହେଉଛି । ଏନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରି କହିଛନ୍ତି ଯେ, ଏଫସିଆଇ ଗୋଦାମରେ ଉପଲବ୍ଧ ଥିବା ଷ୍ଟକ୍ ବାବଦରେ ସଠିକ ସୂଚନା ଦିଆଯାଉ । ଶୀଘ୍ର ଚାଉଳ ଉଠାଇବାକୁ ପର୍ଯ୍ୟାପ୍ତ ରେଳ ଓ ପରିବହନ ବ୍ୟବସ୍ଥା ସୁନିଶ୍ଚିତ କରାଯାଉ । ନଷ୍ଟ ହେଉଥିବା ଚାଉଳକୁ ପ୍ରାଥମିକତା ଦେଇ ଉଠାଇ ବିତରଣ ପାଇଁ ପଠାଯାଉ । ଏହାସହ ଅତିରିକ୍ତ ଏବଂ ଅସ୍ଥାୟୀ ଷ୍ଟୋରେଜ୍କୁ ତ୍ୱରୀତ ବ୍ୟବସ୍ଥା କରାଯାଉ ବୋଲି କହିଛନ୍ତି ସାଂସଦ ପ୍ରଦୀପ ପୁରୋହିତ ।

jittmm
Leave A Reply

Your email address will not be published.