ଗଞ୍ଜାମ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ପିତୃ ବିୟୋଗ

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ଗଞ୍ଜାମ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ଼. ରଙ୍ଗନାଥ କାନୁନଗୋଙ୍କ ପିତୃ ବିୟୋଗ ଘଟିଥିବା ଜଣାପଡିଛି । ଅଧ୍ୟକ୍ଷଙ୍କ ପିତା ଆଇନଜୀବୀ ସ୍ୱର୍ଗତ ରବିନ୍ଦ୍ର ନାଥ କାନୁନଗୋ(୯୦)ଙ୍କ ଭୁବନେଶ୍ୱର ସ୍ଥିତ ନିଜ ବାସ ଭବନରେ ପରଲୋକ ହୋଇଯାଇଛି । ୧୯୮୯ ମସିହା ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିବା ପରେ ବହୁତ ଦିନଧରି ସମବାୟ ସଂକ୍ରାନ୍ତ ମାମଲା ଗୁଡିକର ଓକିଲାତି କରୁଥିଲେ । ସୂଚନା ଅନୁସାରେ ଗତ କିଛିଦିନ ଧରି ସେ ଶଯ୍ୟାଶାୟୀ ଥିଲେ । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ଜ୍ୟେଷ୍ଠପୁତ୍ର ତଥା ଗଞ୍ଜାମ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ଼. ରଙ୍ଗନାଥ କାନୁନଗୋ, ମଧ୍ୟମ ପୁତ୍ର ଭୁତତ୍ତ୍ୱବିତ ଆଶୁତୋଷ କାନୁନଗୋ, କନିଷ୍ଠପୁତ୍ର ଇଞ୍ଜିନିୟର ସନ୍ତୋଷ କାନୁନଗୋ ତଥା ସମସ୍ତ ପୁତ୍ରବଧୁ ଓ ନାତି ନାତୁଣୀ ଉପସ୍ଥିତ ଥିଲେ । ସେ ଜଣେ ଧର୍ମପରାୟଣ, ପରୋପକାରୀ, କର୍ତ୍ତବ୍ୟନିଷ୍ଟ ବ୍ୟକ୍ତି ଥିଲେ । ତାଙ୍କର ମୃତ୍ୟୁରେ ବନ୍ଧୁବାନ୍ଧବ ଓ ପ୍ରିୟ ପରିଜନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.