ଭାରସାମ୍ୟ ହରାଇ ନିମ୍ବ ଗଛରେ ପିଟିହେଲେ ବାଇକ ଆରୋହୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାମୁଡ ଗାଁରେ ଜଣେ ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ରାମୁଡ ଗ୍ରାମର ବବ୍‌ଲୁ ସା ବୟସ ୩୬ । ବବ୍‌ଲୁ ମେଡିକାଲ୍ କାମରେ ବଲାଙ୍ଗିର ଆସିଥିଲେ । ରାତିର ଘରକୁ ବାଇକ୍‌ରେ ଫେରୁଥିବା ସମୟରେ ନିଜ ଗାଁ ଛକ ନିକଟରେ ଭାରସାମ୍ୟ ହରାଇ ଏକ ନିମ୍ବ ଗଛକୁ ଧକ୍କା ଦେଇଥିଲେ । ଫଳରେ ତାଙ୍କ ମୁହଁରେ ଆଘାତ ଲାଗିବା ସହିତ ମୁଣ୍ତରେ ମଧ୍ୟ ସାମାନ୍ୟ ଆଘାତ ଲାଗିଥିଲା । ଘର ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ କଣ୍ଟାବାଞ୍ଜି ହସ୍ପିଟାଲ୍‌ରେ ପ୍ରାଥମିକ ଚିକିତ୍ସା କରିବା ପରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ୍‌କୁ ନେଇ ଆସିଥିଲେ ।

Leave A Reply

Your email address will not be published.

error: Content is protected !!