ଜୀବନ ଯୁଦ୍ଧରେ ହାରିଗଲେ ପୀଡ଼ିତା : ଭୁବନେର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଭୁବନେଶ୍ୱର : ଜୀବନ ସହ ସଂଘର୍ଷ କରି ହାରିଗଲେ ପୀଡ଼ିତା । ଭୁବନେଶ୍ୱରରେ ଏମ୍ସରେ ଚିକିତ୍ସିତ ହେଉଥିବା ବାଲେଶ୍ୱର ଫକୀର ମୋହନ କଲେଜ ପୀଡିତାଙ୍କ ମୃତ୍ୟୁ ହୋଇଛି । ଏନେଇ ହସ୍ପିଟାଲ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତାଙ୍କ ଦେହାନ୍ତକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏହାସହ ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ ବୋଲି ମୃତ ଛାତ୍ରୀଙ୍କ ପରିବାରକୁ ଆଶ୍ୱସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମେଡିକାଲ ବୁଲେଟିନରେ କୁହାଯାଇଛି , ପୀଡିତା ଛାତ୍ରୀଙ୍କୁ ଗତ ୧୨ ତାରିଖରେ ୫ଟା ୧୫ ମିନିଟରେ ତାଙ୍କର ଜଣେ ବାନ୍ଧବୀ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରୁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଦୁଇ ଦିନ ହସ୍ପିଟାଲରେ ଜୀବନ ସହ କରିବା ପରେ ସୋମବାର ରାତି ୧୧ଟା ୪୬ ମିନିଟରେ ଛାତ୍ରୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଏନେଇ ଭୁବନେଶ୍ୱର ଏମ୍ସ କର୍ତ୍ତୃପକ୍ଷ ବିଧିବଦ୍ଧ ଘୋଷଣା କରିଛନ୍ତି ।

jittmm
Leave A Reply

Your email address will not be published.