ପିକଅପ୍ ଭ୍ୟାନ୍ ଓଲଟି ୧୦ ମୃତ

କୋରାପୁଟ : କୋଟପାଡ଼ ଥାନା ଓଡିଶା-ଛତିଶଗଡ଼ ସୀମା ମୂର୍ତ୍ତାହାଣ୍ଡି ନିକଟରେ ରବିବାର ରାତିରେ ଏକ ପିକଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ୧୦ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି । ମୃତକ ମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଛତିଶଗଡ ବସ୍ତର ଜିଲ୍ଲା କଲଚା ଗ୍ରାମର ୩୦ଜଣ ଲୋକ ସିଜି-୧୭କେୟୁ ୪୬୨୩ ନମ୍ବର ଭ୍ୟାନରେ କୋଟପାଡ ଥାନା ମୂର୍ତ୍ତାହାଣ୍ଡିକୁ ଏକ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିଲେ । ରାତିରେ ଫେରିବାବେଳେ ମୂର୍ତ୍ତାହାଣ୍ଡି-ଆମ୍ବଗାଁ ମଝିରେ ସିନ୍ଧିଗାଁ ନିକଟରେ ଭ୍ୟାନ୍ ଭାରସାମ୍ୟ ହରାଇ ରାସ୍ତା କଡ ଖାଲକୁ ଖସି ପଡିଥିଲା । ଫଳରେ ଘଟଣାସ୍ଥଳରେ ୭ ଜଣ ଓ କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ଜଣଙ୍କ ମୃତ୍ୟୁ ହୋଇଥିଲା । ଖବରପାଇ ପୁଲିସ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

Leave A Reply

Your email address will not be published.