oum

ହର୍ଷ-ଉଲ୍ଲାସର ସହ ବ୍ରହ୍ମପୁର ମହାନଗରରେ ବିଶ୍ୱ ଫୋଟୋଗ୍ରାଫି ଦିବସ ପାଳିତ

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱ ଫୋଟୋଗ୍ରାଫି ଦିବସ ଅବସରରେ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ତଥା ଶିକ୍ଷା, ସଂସ୍କୃତି, ପର୍ଯ୍ୟଟନ, ବାଣିଜ୍ୟ, ରାଜନୈତିକର ଭିତ୍ତିଭୂମି ବ୍ରହ୍ମପୁର ମହାନଗରରେ ପୃଥକ ଭାବେ ବିଶ୍ୱ ଫୋଟୋଗ୍ରାଫି ଦିବସକୁ ହର୍ଷ-ଉଲ୍ଲାସର ସହ ପାଳନ କରାଯାଇଛି । ବ୍ରହ୍ମପୁର ସହର ତଥା ଗଞ୍ଜାମ ଜିଲ୍ଲା ଫୋଟୋଗ୍ରାଫର ଆସୋସିଏସନ୍‌ ତରଫରୁ ବିଜୁପଟ୍ଟନାୟକ ସଂସ୍କୃତି ଭବନଠାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଆୟୋଜିତ ହୋଇଥିଲା । ସେହିପରି ଦୈନିକ ଆଶା ଓ ଦିଶା ସଂଗଠନର ମିଳିତ ଆନୁକୂଲ୍ୟରେ ବ୍ରହ୍ମପୁର ସହରର ଗଞ୍ଜାମ କଳା ପରିଷଦଠାରେ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ ହୋଇଯାଇଛି । ଏହି ସାରସ୍ୱତ ଅନୁଷ୍ଠାନ ପକ୍ଷରୁ ବହୁ କୁଶଳୀ ଫଟୋଗ୍ରାଫରଙ୍କୁ ଓ ଫଟୋ-ସାମ୍ବାଦିକଙ୍କୁ ସମ୍ମାନୀତ କରାଯାଇଛି । ବରିଷ୍ଠ ସାମ୍ବାଦିକ କେ.ସତ୍ୟନାରାୟଣ ରେଡ୍ଡୀ, ଗଞ୍ଜାମ ସହର ପ୍ରତିଷ୍ଠିତ ଫୋଟୋଗ୍ରାଫର ପି.କ୍ରିଷ୍ଣା ନାଇଡୁ, ଛତ୍ରପୁରର ବର୍ଷିୟାନ ଫୋଟୋଗ୍ରାଫର ଲୋକନାଥ ମହାରଣା, ବ୍ରହ୍ମପୁରର ଧରିତ୍ରୀ ଫୋଟୋଗ୍ରାଫର ସମୀର ରଥ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ପ୍ରମୁଖଙ୍କୁ ଉପଢୌକନ ସହ ପଦକରେ ସମ୍ମାନୀତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଏମ୍‌ସି ଡେପୁଟୀ କମିଶନର ତଥା ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ବିନୋଦ ବେହେରା, ଦୈନିକ ଆଶାର ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, ଗଣମାଧ୍ୟମ ବ୍ୟକ୍ତିତ୍ୱ ଡ଼ଃ. ଏ.ଆପାରାଓ, ସନତ କୁମାର ପଣ୍ଡା ପ୍ରମୁଖ ଗଣ୍ୟମାନ୍ୟ ଅତିଥି ଯୋଗଦେଇଥିଲେ । ଦିଶା ସଂଗଠନର ଅଧ୍ୟକ୍ଷ ସୁବ୍ରତ ଦାଶ୍ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.