
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ପୋଲିସ ଥାନା ଅଧୀନରେ ବିଭିନ୍ନ ପ୍ରକାର ସ୍ମାର୍ଟ ମୋବାଇଲ ଚୋରି ହୋଇଥିବା ଘଟଣା ସମ୍ପର୍କରେ ଥାନାରେ ବହୁ ପୂର୍ବରୁ ଅଭିଯୋଗ ହୋଇଛି । ଅନେକ ଚୋରୀ ହୋଇଥିବା ସ୍ମାର୍ଟ ମୋବାଇଲ ଗୁଡିକ ମଧ୍ୟରେ ୩୩ଟି ଏନ୍ଡ୍ରଏଡ୍ ମୋବାଇଲ ହିଞ୍ଜିଳି ପୋଲିସ ଚୋରଙ୍କ ଠାରୁ ଛଡାଇ ଆଣିବାରେ ସଫଳ ହୋଇଛି । ଶନିବାର ଦିନ ସର୍ବମୋଟ ୧୮ଜଣଙ୍କୁଏନଡ୍ରଡ୍ ମୋବାଇଲ ହିଞ୍ଜିଳି ପୋଲିସ ପ୍ରକୃତ ଲୋକଙ୍କୁ ହସ୍ତାନ୍ତର କରିଛି । ଗଞ୍ଜାମ ପୋଲିସ ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପକୁ ସାଧାରଣରେ ପ୍ରସଂଶା କରାଯାଇଛି । ପ୍ରକାଶ ଥାଉକି, ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନର ଲୋକଙ୍କର ହଜିଥିବା ମୋବାଇଲ ଅଭିଯୋଗକାରୀଙ୍କୁ ଡକାଇ ସେମାନଙ୍କୁ ମୋବାଇଲ ହସ୍ତାନ୍ତର କରାଯାଇଥିବା ନେଇ ପାଇଥିବା ଲୋକ ପୋଲିସ ପ୍ରଶାସନ ଉପରେ ଖୁସିବ୍ୟକ୍ତ କରିଛନ୍ତି । ପ୍ରକୃତ ଲୋକଙ୍କୁ ଦିଆଯାଇଥିବା ଲୋକମାନେ ହେଲେ ଗଞ୍ଜାମ ଜିଲ୍ଲାର ପୋଚିଲିମା ଅଞ୍ଚଳର ରାମଚନ୍ଦ୍ର ସାହୁ, ବ୍ରହ୍ମପୁର ମହାନଗର ରାମକୃଷ୍ଣ ନଗରର ଜଗନ୍ନାଥ ପାଢ଼ୀ, କୃଷ୍ଣଚନ୍ଦ୍ର ଶତପଥୀ, ଗୋଷାଣି ନୂଆଁଗାଁର ଶ୍ରୀମରନ ପାଣିଗ୍ରାହୀ, ନରେନ୍ଦ୍ରପୁରର ଶତ୍ରୁଘ୍ନ ଭୂୟାଁ, କରାଖଣ୍ଡିର ସୁଧାକର ସେଠୀ, ହିଞ୍ଜିଳି ଥାନା ଅଞ୍ଚଳର ତୁଳସୀ ପୃଷ୍ଟି, ରାମଚନ୍ଦ୍ର ମହାପାତ୍ର, ଶିବରାମ ପଟ୍ଟନାୟକ, ରାମଚନ୍ଦ୍ର ପାଢ଼ୀ, ନୀଳମଣି ପଟ୍ଟନାୟକ, କୋର୍ଟ କିରାଣୀ ଭଗବାନ ସେଠୀ, ମୁନାସାହୁ, ଗୋଠଗାଁର ତାରିଣୀ ସିଆ, ଶିକିରି ଅଞ୍ଚଳର ଏସ୍ବିଆଇ ବ୍ରାଞ୍ଚ ଏବିଏମ୍ ଗାୟତ୍ରୀ ନନ୍ଦ, ସାରୁର ଉମାଶଙ୍କର ସାହୁ ପ୍ରମୁଖଙ୍କୁ ହିଞ୍ଜିଳି ପୋଲିସକୁ ମିଳିଥିବା ଏହିସବୁ ସ୍ମାର୍ଟ ଫୋନ ହସ୍ତାନ୍ତର କରାଯାଇଛି । ଏ ବିଷୟରେ ଗଞ୍ଜାମ ପୋଲିସ ଜିଲ୍ଲା ଡ଼ିଆଇବି ଡ଼ିଏସ୍ପି ଅଜୟ କୁମାର ମିଶ୍ର ଏହି ସୂଚନା ଦେଇଛନ୍ତି । ଗଞ୍ଜାମ ଏସ୍ପି ଜଗମୋହନ ମୀନାଙ୍କୁ ଜନସାଧାରଣ ସାଧୁବାଦ ଜଣାଇଛନ୍ତି ।