oom

୨୦୨୧-୨୨ର ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ଯୋଗାଇବାରେ ଏଚ୍‌ଡିଏଫ୍‌ସି ବୀମା କମ୍ପାନୀର ଜାଲିଆତି, ଓଡ଼ିଶା ସରକାରର ନୀରବତା ନେଇ ପ୍ରଶ୍ନ : ବିଜେପିର ଆନ୍ଦୋଳନ ନିଷ୍ପତ୍ତି

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୀର୍ଘ ଦିନ ଧରି କୃଷକମାନଙ୍କ ଆନ୍ଦୋଳନ ଓ ଜିଲ୍ଲା ପ୍ରଶାସନର ପ୍ରତିଶୃତି ସତ୍ୱେ ଏଚ୍‌ଡିଏଫ୍‌ସି, ଏଗ୍ରୋ ବୀମା କମ୍ପାନୀ ଚାଷୀମାନଙ୍କୁ ୨୦୨୧-୨୨ ବର୍ଷର ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ଚାଷୀଙ୍କୁ ଯୋଗାଇ ଦେବାରେ ଜାଲିଆତି, ଟାଳଟୂଳ ନୀତି ଅବଲମ୍ବନ କରୁଥିବା ଓ ରାଜ୍ୟ ସରକାରଙ୍କ ନୀରବତାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ଆଜି ପଦ୍ମପୁର ପୂର୍ତ୍ତ ଡାକ ବଙ୍ଗଳାଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଓଡିଶା ସରକାରଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇବା ସହ ଗତ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବିଜୁ ଜନତାଦଳ ସଂପୃକ୍ତ କମ୍ପାନୀଠାରୁ ୧ ଶହ କୋଟି ଟଙ୍କା ଦଳୀୟ ପାଣ୍ଠି ସଂଗ୍ରହ କରିଥିବାରୁ ରାଜ୍ୟ ସରକାର ଚାଷୀଙ୍କୁ ସମର୍ଥନ ନ କରି ବୀମା କମ୍ପାନୀ ସପକ୍ଷରେ କେନ୍ଦ୍ରକୁ ଚିଠି ଲେଖିବା ଦୁର୍ଭାଗ୍ୟଜନକ ବୋଲି ମତ ଦେଇଛନ୍ତି । ଭାରତୀୟ ଜନତା ପାର୍ଟି ପଦ୍ମପୁର ସବ ଡିଭିଜନ ସମସ୍ତ ଚାଷୀ ଯେଉଁମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇଁ ପଂଜିକୃତ କରିଛନ୍ତି । ସମସ୍ତେ ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ନ ପାଇବା ପର୍ଯ୍ୟନ୍ତ ଚାଷୀଙ୍କ ହକ ପାଇଁ ବ୍ୟାପକ ଆନ୍ଦୋଳନ କରିବ ବୋଲି ମତପ୍ରକାଶ ପାଇଛି । ଗତକାଲି ବରଗଡ କୃଷି ବିଭାଗର ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ତାଲାବନ୍ଦ ଆନ୍ଦୋଳନ ପରେ ଆସନ୍ତା ତା ୧୬/୭ ରିଖ ଦିନ ବରଗଡ ଜିଲ୍ଲାର ସମସ୍ତ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୨ ଘଣ୍ଟିଆ ଧାରଣା ଦିଆଯିବ । ଆସନ୍ତା ତା ୧୮/୭ ରିଖ ଦିନ ବିଭିନ୍ନ କୃଷକ ସଙ୍ଗଠନ ଦ୍ୱାରା ପଦ୍ମପୁର ସବଡିଭିଜନ ବନ୍ଦ ପାଳନର ଆହ୍ନାନକୁ ବିଜେପି ପୂର୍ଣ୍ଣ ସମର୍ଥନ ଜ୍ଞାପନ କରିବା ସହ ୧୮ ତାରିଖ ଆନ୍ଦୋଳନରେ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତା ସାମିଲ ହେବା ପାଇଁ ଶ୍ରୀ ପୁରୋହିତ ଆହ୍ବାନ କରିଛନ୍ତି । ଏଚ୍‌ଡିଏଫ୍‌ସି ବୀମା କମ୍ପାନୀକୁ ରାଜ୍ୟ ସରକାର କଳା ତାଳିକା ଭୁକ୍ତ କରନ୍ତୁ ଓ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇଁ ଏହି କମ୍ପାନୀ ସହ ଓଡ଼ିଶା ସରକାର ଚୁକ୍ତିପତ୍ର ସ୍ୱାକ୍ଷର କରନ୍ତୁ ନାହିଁ ବୋଲି ଶ୍ରୀ ପୁରୋହିତ ଦାବୀ କରିଛନ୍ତି । ଏତଦ୍‌ ସହ ପଦ୍ମପୁର ସବ୍‌ଡିଭିଜନକୁ ରାଜ୍ୟ ସରକାର ମରୁଡ଼ି ଘୋଷଣା କରି ଚାଷୀମାନଙ୍କ ପାଇଁ ଏକ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କରନ୍ତୁ । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବ ମୋର୍ଚ୍ଚା ସଂପାଦକ ପ୍ରୀତେଶ ବହିଦାର, ସାଂସଦ ପ୍ରତିନିଧି ଶ୍ରୀକାନ୍ତ ପାଣିଗ୍ରାହୀ, ରାଜୁ ଘିବେଲା, ସୁନୀଲ ଅଗ୍ରୱାଲ, ଅଶୋକ ମିଶ୍ର, ଚିନ୍ମୟ ପଣ୍ତା, ଶ୍ରୀମତୀ ଜ୍ୟୋସ୍ନା ରାଣୀ କର, ଶ୍ରୀମତୀ ରଞ୍ଜୁ ସେଠ, କେତନ ମେହେର, ସୌକିଲାଲ ସାହା, ପ୍ରମୋଦ ମେହେର, ନରେଶ ସାହୁ, ଦିନେଶ ବାରିକ, ମଣ୍ଟୁ ପାଣ୍ତେ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.