oum

ପୁଣି ମାତିଲେ ଦନ୍ତାହାତୀ : ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କଲେ, ଲୋକେ ଆତଙ୍କିତ

jsm

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଦୀର୍ଘ ଦିନ ଧରି ହାତୀପଲ ଘୁମୁସର ଉଦୟଗିରି ବନାଞ୍ଚଳର କଳିଙ୍ଗା ସେକ୍ସସନ୍‌ରେ ଉପଦ୍ରବ କରିବା ସହ ବ୍ୟାପକ କ୍ଷୟକ୍ଷତି କରିବା ପରେ ୨୫ ଟିକିଆ ହାତୀପଲରୁ ୨୩ଟି ଏହି ଅଞ୍ଚଳ ଛାଡି ଟିକାବାଲି ବନାଞ୍ଚଳ ଦେଇ ପଳେଇଥିବା ବେଳେ ଅନ୍ୟ ଦୁଇଟି ଏହି ଅଞ୍ଚଳରେ ରହି ଉପଦ୍ରବ ଚଳେଇଥିଲେ । ତିନି ଦିନ ତଳେ ବନବିଭାଗ କର୍ମଚାରୀ ଦୁଇ ଦନ୍ତାହାତୀଙ୍କୁ ଏହି ଅଞ୍ଚଳରୁ ଉତ୍ତର ଘୁମୁସର ବନଖଣ୍ଡକୁ ତଡି ଦେଇଥିବା ସୂଚନା ମିଳିଥିଲା । ହାତୀ ଏହି ଅଞ୍ଚଳ ଛାଡ଼ିବା ଖବର ପ୍ରକାଶ ପରେ ଅଞ୍ଚଳବାସୀ ଖୁସିରେ ଥିବା ବେଳେ ମଙ୍ଗଳବାର ପୁଣି ଦନ୍ତା ହାତୀଙ୍କ ଉପଦ୍ରବ କଳିଙ୍ଗାରେ ଦେଖିବାକୁ ମିଳିଛି । ମଙ୍ଗଳବାର ରାତିରେ ବାଟବଣା ହୋଇ ଗୋଟିଏ ଦନ୍ତାହାତୀ କଳିଙ୍ଗା ଘାଟି ଆରମ୍ଭରେ ଥିବା ନେଡିକଲାକୁ ଆସି ଏକ ଗରିବ ପରିବାର ଯୁଗୁରାଇ ପ୍ରଧାନଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିବା ସହିତ ଅନେକ ଫସଲ କ୍ଷୟକ୍ଷତି କରିଛନ୍ତି ଏବଂ ନଡ଼ିଆ, ଆମ୍ବ, ଝାଡୁ, କଦଳୀ, ଲିଚୁ ଭଳି ମୂଲ୍ୟବାନ ବୃକ୍ଷ ନଷ୍ଟ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.