om academy

ଧାନ ଫସଲ ନଷ୍ଟ କଲେ ୧୪ଟିକିଆ ହାତୀପଲ

jsm

ଚମ୍ପୁଆ: ଏକ ୧୪ଟିକିଆ ହାତୀପଲ ଗତକାଲି ରାତିରେ ଚମ୍ପୁଆ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଅଡ଼ଙ୍ଗପାଳ ଗ୍ରାମରେ ପଶି ବ୍ୟାପକର କ୍ଷୟକ୍ଷତି କରିଛନ୍ତି । ଝାଡ଼ଖଣ୍ଡ ପଟୁ ବୈତରଣୀ ନଦୀ ପାର ହୋଇ ଏହି ହାତୀପଲ ଅଡ଼ଙ୍ଗପାଳ ଗ୍ରାମରେ ପଶିଛନ୍ତି । ଖରଟିଆ ଧାନ ଫସଲ ନଷ୍ଟ କରିବା ସହ ଗ୍ରାମର ଠାକୁରାଣୀ ଶାଳରେ ଥିବା ଏକ ନଳକୂପକୁ ଭାଙ୍ଗି ଦେଇଛନ୍ତି । ହାତୀପଲ ରାତିସାରା ଫସଲ ନଷ୍ଟ କରିବା ପରେ ପୁଣି ନଦୀ ପାର ହୋଇ ଝାଡ଼ଖଣ୍ଡ ଆଡ଼କୁ ଚାଲି ଯାଇଛନ୍ତି । ହାତୀଙ୍କ ଗତିବିଧି ସମ୍ପର୍କରେ ବନବିଭାଗ ପକ୍ଷରୁ ଲୋକଙ୍କୁ ସୂଚନା ଦିଆଯାଉ ନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.