କେନ୍ଦୁଘାଟ-ଫଲସାପଦର ଜୋରରେ ପୋଲ ନିର୍ମାଣ ଦାବୀ : ବର୍ଷା ହେଲେ ଜୋର୍ ଉପରେ ୩ଫୁଟ ପାଣି, ଅଞ୍ଚଳବାସୀ ଅସୁବିଧାର ସମ୍ମୁଖୀନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କେନ୍ଦୁଘାଟ ଓ ଫଲସାପଦର୍ ରାସ୍ତା ମଝିରେ ନିର୍ମାଣ କରାଯାଇଥିବା ଏକ ଜୋରରେ ସାମାନ୍ୟ ବର୍ଷା ହେଲେ ଜୋର୍ ଉପରେ ୨ରୁ ୩ଫୁଟ ପାଣି ପ୍ରବାହିତ ହୋଇଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି । ଫଳରେ କେନ୍ଦୁଘାଟ ଦେଇ ଯିବା ଆସିବା କରୁଥିବା ଲୋକେ ବର୍ଷା ଦିନରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ସହ ଅର୍ଜୁନପୁର ହାଇସ୍କୁଲକୁ ଯାଉଥିବା ଛାତ୍ରଛାତ୍ରୀମାନେ ମଧ୍ୟ ପାଠ ପଢିବାକୁ ଯିବା ବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଠାରେ ଏକ ପୋଲ ନିର୍ମାଣ କରିବାକୁ ଜନସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.