jayashree

ଚଳିତ ବର୍ଷ ମାଟ୍ରିକ୍‌ ଫଳାଫଳରେ ପଶ୍ଚିମ ଓଡିଶାରେ ପାସ୍‌ ହାର ଅଧିକ

ସମ୍ବଲପୁର : ମାଟ୍ରିକ ପରୀକ୍ଷା ଫଳ ଗତକାଲି ପ୍ରକାଶ ପାଇଥିବା ବେଳେ ପଶ୍ଚିମ ଓଡିଶାରେ ଚଳିତ ବର୍ଷ ସମସ୍ତ ଜିଲ୍ଲାର ପାସ୍‌ ହାର ୯୫ ପ୍ରତିଶତରୁ ଅଧିକ ରହିଛି । ୯୭.୩୯ ପ୍ରତିଶତ ପାସ୍‌ ହାର ସହ ସୁନ୍ଦରଗଡ ଜିଲ୍ଲା ଏବର୍ଷ ପଶ୍ଚିମ ଓଡିଶାର ଶୀର୍ଷରେ ରହିଥିବା ବେଳେ ୯୫.୬୭% ସହ ନୂଆପଡା ଶେଷରେ ରହିଛି । ଏବର୍ଷ ମଧ୍ୟ ବରଗଡ ଜିଲ୍ଲାରୁ ସର୍ବାଧିକ ୧୦୫ ଜଣ ଏ୧ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ବୌଦ୍ଧ ଓ ପଶ୍ଚିମ ଓଡିଶାର ୯ଟି ଜିଲ୍ଲାରେ ମୋଟ ଉପରେ ୧,୩୨,୬୦୨ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା ବେଳେ ୧୫୭୭ ଜଣ ଅନୁପସ୍ଥିତ ରହିଥିଲେ । ତେବେ ୧୦ଟି ଜିଲ୍ଲାରେ ମୋଟ ଉପରେ ୧,୨୮,୨୫୬ ଜଣ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି । ଚଳିତ ବର୍ଷ ରାଜ୍ୟ ପାସ୍‌ ହାର ୯୬.୪୦% ରହିଥିବା ବେଳେ ଏହି ୧୦ଟି ଜିଲ୍ଲାର ହାରାହାରି ପାସ୍‌ ହାର ୯୬.୬୮% ରହିଛି ।

Leave A Reply

Your email address will not be published.