oom

୭୬ତମ ସାଧାରନତନ୍ତ୍ର ଦିବସ ଅବସରରେ ରୋଗୀଙ୍କୁ ଫଳ ବଂଟନ

jsmm

ରାଉରକେଲା, (କେପିଏନ୍‌ଏସ୍‌) : ୭୬ତମ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ସମାଜସେବୀ ପ୍ରସନ୍ନ କୁମାର ତ୍ରିପାଠୀ ଓ ବିପିନ ବିହାରୀ ପଟ୍ଟନାୟକଙ୍କ ତତ୍ୱବଧାନରେ ରାଉରକେଲା ସରକାରୀ ଡାକ୍ତରଖାନାରେ ରୋଗୀ ମାନଙ୍କୁ ଫଳ ବଂଟନ କରାଯାଇଛି । ବିଗତ ଦୁଇ ଦଶନ୍ଧି ଧରି ଏଭଳି ସେବା କାର୍ଯ୍ୟ କରାଯାଉଥିବାରୁ ଅତିଥିମାନେ ଏଭଳି କାର୍ଯ୍ୟର ପ୍ରଶଂସା କରିଥିଲେ । ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ତଥା ସୁନ୍ଦରଗଡ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୂଲକର୍ଣ୍ଣୀ, ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ, ପୂର୍ବତନ ବିଧାୟକ ରବି ଦେହୁରୀ, ଡାକ୍ତଖାନାର ନିର୍ଦ୍ଦେଶକ ମନୋଜ କୁମାର ଉପାଧ୍ୟାୟ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସୀମା ଫତିମା ଏକ୍କା, ଡାକ୍ତଖାନାର ସହ ଅଧୀକ୍ଷକ ଡା. ପଣ୍ଡିତ ସାହୁ ପ୍ରମୁଖ ଉପସ୍ଥିତ ରହି ରୋଗୀ ମାନଙ୍କୁ ଫଳ ବଂଟନ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ମହାଜନ ରୋଗୀ ମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ସାମ୍ବାଦିକ ସନ୍ତୋଷ କୁମାର ପ୍ରଧାନ, ଅଶୋକ କୁମାର ପାତ୍ର, ବସନ୍ତ କୁମାର ଜେନା, ଯୁବ ନେତା ଅନିରୁଦ୍ଧ ସ୍ୱାଇଁ, ଯୁବ ସଂଗଠକ ଅମୀୟ କୁମାର ମହାରଣ, ଅବିନାଶ ପୁହାଣ ଓ ହିମାଂଶୁ ପ୍ରଜାପତି ତଥା ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ପୂର୍ଣ୍ଣ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.