ବଢୁଛି ପେଟ୍ରୋଲ ଓ ଡିଜେଲ ଦର

ଭୁବନେ‌ଶ୍ୱର : ବଢ଼ିଚାଲିଛି ଓଡ଼ିଶାରେ ପେଟ୍ରୋଲ ଓ ଡିଜେଲ ଦର । ରାଜଧାନୀ ଦିଲ୍ଲୀ ଓ ମୁମ୍ବାଇ ଠାରୁ ମଧ୍ୟ ଓଡ଼ିଶାରେ ଲିଟର ପିଛା ତେଲ ଦର ବଢ଼ିଯାଇଛି । ତେବେ ଯଦି ତେଲ ଦର ଉପରେ ରୋକ୍ ନ ଲାଗିଲେ ଖୁବ୍‌ ଶୀଘ୍ର ଶହେ ଟଙ୍କା ପାର୍‌ ହୋଇପାରେ ବୋଲି ସାଧାରଣରେ ଚ‌‌ର୍ଚ୍ଚା ବିଷୟ ପାଲଟିଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୮ ଟଙ୍କା ୭୩ ପଇସା ଓ ଡିଜେଲ ୭୯ ଟଙ୍କା ୦୬ ପଇସା ରହିଥିବା ବେଳେ ଓଡ଼ିଶାର ମାଲକାନଗିରିରେ ସବୁଠୁ ବେଶି ଦାମ୍‌ ରହିଛି । ମାଲକାନଗିରିର କାଲିମେଳାରେ ପେଟ୍ରୋଲ ୯୪ ଟଙ୍କା ୯୧ ପଇସା ଓ ଡିଜେଲ ୯୧ ଟଙ୍କା ୩୯ ପଇସାରେ ବିକ୍ରି ହେଉଛି । ସେହିପରି ମାଲକାନଗିରି ସଦର ମହକୁମାରେ ୯୪ ଟଙ୍କା ୬ ପଇସା ଓ ଡିଜେଲ ରହିଛି ୯୦ ଟଙ୍କା ୬୪ ପଇସା। ନବରଙ୍ଗପୁରରେ ପେଟ୍ରୋଲ ୯୩ ଟଙ୍କା ୫୧ ପଇସା ଓ ଡିଜେଲ ୯୦ ଟଙ୍କା ୧୦ ପଇସା ରହିଛି । ଜୟପୁରରେ ପେଟ୍ରୋଲ ଲିଟରକୁ ୯୩ ଟଙ୍କା ୨୮ ପଇସା ଓ ଡିଜେଲ ୮୯ ଟଙ୍କା ୮୮ ପଇସାରେ ରହିଛି। ବ୍ରହ୍ମପୁରରେ ୯୦ ଟଙ୍କା ୬୬ ପଇସା ଦରରେ ପେଟ୍ରୋଲ ଓ ଡିଜେଲ ଲିଟରକୁ ୮୭ ଟଙ୍କା ୩୩ ପଇସା ରହିଛି। ସୁନ୍ଦରଗଡ଼ରେ ପେଟ୍ରୋଲ ୮୯ ଟଙ୍କା ୫୧ ପଇସା ଓ ଡିଜେଲ ୮୬ ଟଙ୍କା ୨୫ ପଇସା । ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ୮୯ ଟଙ୍କା ୪୩ ପଇସା, ଡିଜେଲ ଲିଟରକୁ ୮୬ ଟଙ୍କା ୧୫ ପଇସା ଦରରେ ପେଟ୍ରୋଲ ପମ୍ପରେ ବିକ୍ରି ହେଉଛି । କଟକରେ ପେଟ୍ରୋଲ ଦର ୮୯ ଟଙ୍କା ୪୩ ପଇସା ଓ ଡିଜେଲ ଲିଟରକୁ ୮୬ ଟଙ୍କା ୮ ପଇସା ରହିଛି ।

Leave A Reply

Your email address will not be published.