ପଂଚାୟତ ପିଇଓ ସୁଦାମ ଚରଣ ମାଝୀଙ୍କ ଘରେ ଭିଜିଲାନ୍ସ ଚଢାଉ

ସମ୍ବଲପୁର : ସ‌ମ୍ବଲପୁର ଜି‌ଲ୍ଲା ଯୁଯୁମୁରା ବ୍ଲକ ବରଙ୍ଗାମାଲ ପଂଚାୟତ ପିଇଓ ସୁଦାମ ଚରଣ ମାଝୀଙ୍କ ଘରେ ଆୟ ବହିର୍ଭୁତ ସମ୍ପ‌ତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଉଛି । ପିଇଓ ମାଝୀଙ୍କ ସାକ୍ଷୀପଡାର ବ୍ୟାଙ୍କ କଲୋନୀରେ ତାଙ୍କ ବାସଭବନ ଓ ବରଙ୍ଗାମାଲ କାର୍ୟ୍ୟାଳୟରେ ଚଢାଉ ହେଉଛି । ତେବେ ଭିଜିଲାନ୍ସ ଚଢଉରେ ୫ଟି ଗାଡି, ୫ଟି ବିଭିନ୍ନ ବ୍ୟାଙ୍କ ଆକାଉଂଟ, ଲକ୍ଷାଧିକ ଟଙ୍କାର ପଲିସି, ବ୍ୟାଙ୍କ ଆକାଉଁଟରେ ୯ ଲକ୍ଷ ୯୬ ହଜାର, ୧ ଲକ୍ଷ ଟଙ୍କାରୁ ଅଧିକ ନଗଦ ଟଙ୍କା ଜବତ ହୋଇଛି । ତାଙ୍କ ବାସଭବନର ଆନୁମାନିକ ମୂଲ୍ୟ ୭୦ ଲକ୍ଷରୁ ଅଧିକ ବୋଲି ଆକଳନ କରାଯାଇଛି । ଘର ତିଆରି ହୋଇଥିବା ଜାଗାର ମୂଲ୍ୟ ୫ଲକ୍ଷରୁ ଅଧିକ ବୋଲି ହିସାବ କରିଛି ଭିଜିଲାନ୍ସ ବିଭାଗ । ତେବେ ପିଇଓ ସୁଦାମ ଚରଣଙ୍କ ସମସ୍ତ ସମ୍ପ‌ତ୍ତିର ଆକଳନ ଏପର୍ୟ୍ୟନ୍ତ ସ୍ପ‌ଷ୍ଟ ସୂଚନା ମିଳିପାରିନାହିିିଁ ।

Leave A Reply

Your email address will not be published.