oom

ସଇଁତଲାରେ ମଧୁବାବୁ ପେନସନ ଯୋଜନା ଶୁଭାରମ୍ଭ : ୧୦୭୯ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

jsmm

ସଇଁତଲା, (ପ୍ରମୋଦ ସେଲମା) : ସରକାର ସାମାଜିକ ସୁରକ୍ଷା ଯୋଜନାକୁ ସଶକ୍ତିକରଣ କରିବା ଉପଲକ୍ଷେ ସ୍ୱାଧୀନତା ଦିବସରେ ମଧୁବାବୁ ପେନସନ ଯୋଜନା ଶୁଭାରମ୍ଭ ହୋଇଯାଇଛି । ଏଥିରେ ସଇଁତଲା ସରପଞ୍ଚ ସୁବ୍ରତ ନାଗଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ସଇଁତଲା ବିଡ଼ିଓ ଚନ୍ଦ୍ରମଣି ନାଗ ଯୋଗଦାନ କରି ମଧୁବାବୁ ଯୋଜନା ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ସଇଁତଲା ଗ୍ରାମ ପଞ୍ଚାୟତର ବୃଦ୍ଧବୃଦ୍ଧା, ବିଧବା ଓ ଭିନ୍ନକ୍ଷମମାନଙ୍କୁ ୪୫ ଜଣ ହିତାଧିକାରୀମାନଙ୍କୁ ମଧୁବାବୁ ଯୋଜନାରେ ଭତ୍ତା ବଣ୍ଟନ କରିଥିଲେ । ଏହି ସମୟରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଭାନୁ ପ୍ରତାପ ଭୋଇ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୟ ମହାନନ୍ଦ ଓ ଜୁନିୟର କିରାଣୀ ସଂଗ୍ରାମ ମିଶ୍ର ଉପସ୍ଥିତ ରହି ହିତାଧିକାରୀମାନଙ୍କୁ ଭତ୍ତା ପ୍ରଦାନରେ ସହଯୋଗ କରିଥିଲେ । ଏହି କ୍ରମରେ ସଇଁତଲା ବ୍ଲକର କେରମେଳି ପଞ୍ଚାୟତରୁ ୩୬ ଜଣ, ବିବିନାରୁ ୧୫ ଜଣ, ଆମ୍ବପାଲିରୁ ୨୭ ଜଣ, ବେଲଗାଁରୁ ୩୮, ଭଦ୍ରାରୁ ୫୨, ବୁଢାବାହାଲରୁ ୧୦୧ ଜଣ, ଡେଙ୍ଗରୁ ୩୯, ଧରବଗଡ଼ରୁ ୩୩, ଡୁଙ୍ଗୁରିପାଲିରୁ ୪୪, ଗଣ୍ଡପତ୍ରାପାଲିରୁ ୯୯, ଘୁନସରରୁ ୯୬ଜଣ, ଟିକ୍ରାପଡାରୁ ୪୯, ଝିଙ୍କିଡୁଙ୍ଗୁରିରୁ ୪୫, ଜୁରାବନ୍ଦରୁ ୪୧, କନ୍ଦକେଲଗା ୪୩, କଅସର ରୁ ୬୬, କରମତଲା ରୁ ୮୩, କୁଇକେଡା ରୁ ୧୫, କୁମ୍ଭାରୀ ରୁ ୩୭, ଶିଶକେଲା ରୁ ୬୪, ତାଳବାହାଲ ପଞ୍ଚାୟତରୁ ମାତ୍ର ୧୧ ଜଣ ହିତାଧିକାରୀଙ୍କୁ ସର୍ବମୋଟ ୧୦୭୯ ଜଣ ହିତାଧିକାରୀ ଭତ୍ତା ବଣ୍ଟନ କରାଯାଇଥିଲା । ଏହି ମଧୁବାବୁ ଯୋଜନାରେ ବ୍ଲକର ୧୦୭୯ ହିତାଧିକାରୀଙ୍କୁ ସାମିଲ କରିଥିବାରୁ ବିଡ଼ିଓ ଶ୍ରୀ ନାଗଙ୍କୁ ଅଭିନନ୍ଦନ ଓ କୃତଜ୍ଞତା ଜଣାଇଛନ୍ତି ।

jittmm
Leave A Reply

Your email address will not be published.