oom

ତହଁକ୍ କୁଟୁମ୍‌ର ପୀର୍‌ତି ଫଗୁନ୍ କବିତା ଆସର

jsmm

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଫଗୁଣ ଆସିଲେ ପ୍ରେମମୟ ହୋଇଉଠେ ପ୍ରକୃତି । ପଲାଶ ଫୁଲ, ଆମ୍ବ ବଉଲର ବାସ୍ନାରେ ମହକି ଉଠେ ପୃଥିବୀ ରାଣୀ । କୋଇଲିର କୁହୁକୁହୁ ତାନରେ ଗୁଞ୍ଜରି ଉଠେ ଧରାପୃଷ୍ଠ । ଏହି ସମୟରେ କବି ମଧ୍ୟ ଆହୁରି ପ୍ରକୃତିପ୍ରେମୀ ହୋଇ ନିଜ କଲମ ମୁନରେ ରଚିଦିଏ ଭରପୂର ପ୍ରେମମୟ କବିତା ।
ନିଜ ମନର ଭାବକୁ ପରିପ୍ରକାଶ କରେ ତା’ କବିତା ମାଧ୍ୟମରେ । ଏହି ପରିପ୍ରେକ୍ଷୀରେ ତହଁକ ସାହିତ୍ୟ କୁଟୁମର ଏକ ପୀର୍‌ତି ଫଗୁନ୍ କବିତା ଆସର ବଲାଙ୍ଗିର ସ୍ଥିତ ଅମଲା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଆସରରେ କବି ନେପାଲ ଚନ୍ଦ୍ର ବାଗଙ୍କ ସଭାପତିତ୍ବରେ ସଂସ୍କୃତି ଗବେଷକ ନିମାଇଁ ଚରଣ ପାଣିଗ୍ରାହୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାମଭକ୍ତ ଫରିକାର, ଗୋପୀନାଥ ଦଣ୍ଡସେନା ଏବଂ ସମାଜସେବୀ ସବିତା ମହରା ଯୋଗ ଦେଇଥିଲେ । ଏହି ସଭାକୁ ରାଜୀବପ୍ରସାଦ ଭୋଇ ପରିଚାଳନା କରିଥିଲେ ।


ଅର୍ଜୁନ କୁମାର ସାହୁ ସ୍ଵାଗତ ଭାଷଣ ଦେଇଥିବା ବେଳେ ବ୍ରହ୍ମାନନ୍ଦ ବନଛୋର ଅତିଥି ପରିଚୟ ପ୍ରଦାନ କରିଥିଲେ । ଉକ୍ତ କବିତା ଆସରରେ ଯୁବରାଜ କୁଦେଇ, କବି କପିଳେଶ୍ଵର ଖମାରୀ, ଅଜିତ ମିଶ୍ର, ଅନିଲ ସାହୁ, ଭରତ ମେହେର, ରୁକ୍ମଣ ବିଶ୍ବାଲ, ସିପୁନ୍ ନାଏକ, ମଧୂସୁଦନ ନେଗୀ, କବିତା ମିଶ୍ର, ପ୍ରଭାସିନୀ ଭୋଇ, ତପସ୍ଵିନୀ ପଶାୟତ, ନିରୁପମା ଶତପଥୀ ଉଦଗାତା, ମୃଗେଶ ବୈଷ୍ଣବ, ଘନ ମେହେର, ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ପ୍ରେମ ଓ ଫଗୁଣ ସ୍ଵରଚିତ କୋଶଲି କବିତା ପାଠ କରିଥିଲେ । ଶେଷରେ ତହଁକ ର ସଂପାଦକ ରାଜେଶ ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ।

jittmm
Leave A Reply

Your email address will not be published.