ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହରି ମିଶ୍ର ଏବଂ ସୁଶିଲାଙ୍କୁ ଶୁଭେଚ୍ଛା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ପୁରସ୍କାର ପାଇଁ ବରଗଡ଼ର ବର୍ଷିଆନ ନିର୍ଦ୍ଦେଶକ ହରିହର ମିଶ୍ର ଏବଂ ଅଭିନେତ୍ରୀ ଶୁଶିଲା ନାୟାର ମନୋନୀତ ହେବା ପରେ ତାଙ୍କୁ ବିଭିନ୍ନ ସହରରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ରାଜ୍ୟ ସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏହି ବର୍ଷିଆନ ନିର୍ଦ୍ଦେଶକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ତାଙ୍କ ବାର୍ତ୍ତାରେ ବିଳମ୍ବ ହେଲେ ମଧ୍ୟ ଏକାଡେମୀ ପକ୍ଷରୁ ତାଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରିଛନ୍ତି । ସେ ମଧ୍ୟ ତାଙ୍କ ଛାତ୍ର ଜୀବନରେ ଶ୍ରୀ ମିଶ୍ରଙ୍କ ଦ୍ଵାରା ନିର୍ଦ୍ଦେଶନାରେ ମୋନାଲିସାର ହସ ନାଟକରେ ଅଭିନୟ କରିଥିଲେ । ସେ ତାଙ୍କର ଜୀବନବ୍ୟାପୀ ଅବଦାନକୁ ସାଧୁବାଦ ଜଣାଇଛନ୍ତି । ସେହିପରି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମଧ୍ୟ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଛନ୍ତି । ସୌଖୀନ କଳାକାର ସଂଘ ଏବଂ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ବରଗଡ଼ର ଝିଅ ଶୁଶିଲା ନାୟାରଙ୍କୁ ମଧ୍ୟ ଅଭିନୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଅଭିନେତ୍ରୀ ଶୁଶିଲା ନାୟାର ଅନେକ ନାଟକରେ ଏବଂ ଆନ୍ତର୍ଜାତୀୟ ସ୍ତରରେ ପୁରସ୍କାର ପ୍ରାପ୍ତ ସମ୍ବଲପୁରୀ ଚଳଚ୍ଚିତ୍ର ଭୁଖାରେ ଅଭିନୟ କରିଥିଲେ ।

Leave A Reply

Your email address will not be published.