ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ରାଜ୍ୟ ସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ଗଞ୍ଜାମର ଗର୍ବ ଓଡ଼ିଆ ଝିଅ ପାୟଲ ନାହାକ (୯ବର୍ଷ )ସ୍ୱର୍ଣ୍ଣ ପଦକ ଏବଂ କଳ୍ପଜିତ ପାତ୍ର ରୌପ୍ୟ ପଦକ ହାସଲ କରିଥିବା ଜଣା ପଡିଛି । ଅନୁଗୁଳ ଇଣ୍ଡୋର ଷ୍ଟାଡିଅମରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ କିକ ବକ୍ସିଂ ପ୍ରତିଯୋଗିତାରେ ଦଶ ବର୍ଷରୁ କମ ବିଭାଗରେ ପାୟଲ ୨ଗୋଲ୍ଡ ମେଡଲ ପାଇଥିବା ବେଳେ କଳ୍ପଜିତ ୧ଗୋଲ୍ଡ ୧ବ୍ରୋଞ୍ଜ ପଦକ ପାଇ ଗଞ୍ଜାମ ସହର ପାଇଁ ଗୌରବ ଆଣିଛନ୍ତି । ପାୟଲ ଓ କଳ୍ପଜିତ ଗଞ୍ଜାମ ଜିଲ୍ଲାରୁ ପ୍ରତିନିଧିତ୍ୱ କରି ଏହି ସଫଳତା ପାଇ ଗଞ୍ଜାମ ସହର ପାଇଁ ଗୌରବ ଆଣିଛନ୍ତି । ପାୟଲ ହେଉଛନ୍ତି ପୁଇଁତୋଳା ଗ୍ରାମର ପ୍ରଶାନ୍ତ ନାହାକ ଓ ମମତା ନାହାକଙ୍କ ଝିଅ । ସେହିପରି କଳ୍ପଜିତ ହେଉଛନ୍ତି ଗଞ୍ଜାମ ଥାନା ଅଧିକାରୀଣୀ ନମିତା ପାତ୍ର ଓ ଦୁଷ୍ମନ୍ତ ପାତ୍ରଙ୍କ ପୁଅ । ପାୟଲ ତୃତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ କଳ୍ପଜିତ ଦ୍ୱିତୀୟ ଶ୍ରେଣୀରେ ପଢୁଛନ୍ତି ଉଭୟ ଇଂଲିଶ ମିଡ଼ିଅମ ସ୍କୁଲରେ ଅଧୟନ କରୁଥିବା ଜଣାପଡିଛି । ଆସନ୍ତା ଅଗଷ୍ଟରେ ପାୟଲ ନେଶନାଲ ଖେଳିବାକୁ ଚେନ୍ନାଇ ଯିବେ ବୋଲି ଜଣାପଡିଛି ।
