ଏଫ୍ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାର ପ୍ରତିବାଦ : ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ବନ୍ଦ ପାଳନ

ବୌଦ୍ଧ : ବାଲେଶ୍ୱର ଫକୀରମୋହନ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣା ନେଇ ସାରା ରାଜ୍ୟରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଏହି କ୍ରମରେ ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ବୌଦ୍ଧ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । କଂଗ୍ରେସର ଛାମୁଆ ନେତାମାନେ ଏହି ବନ୍ଦ ପାଳନରେ ସାମିଲ ହୋଇଛନ୍ତି । ବୌଦ୍ଧ ସହରର ବାଘଗୁଡା ଛକଠାରେ କଂଗ୍ରେସର ଜିଲ୍ଲା ସଂଯୋଜକ ନବ କୁମାର ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ବନ୍ଦ ପାଳନ କରୁଥିବା ବେଳେ ବ୍ରିଜ୍ ଛକଠାରେ ଯୁବ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହେଶ୍ୱର ପ୍ରଧାନ, ବୌଦ୍ଧ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି, ଅବଦୁଲ କଲିମ ଖାଁ, ରାୟ ସଞ୍ଜୀବ କୁମାର ଦେଓ, ଦେବରାଜ ପଟ୍ଟନାୟକ, ପଙ୍କଜ କର୍ଣ୍ଣ, ରୋହିତସ୍ଵ ବେହେରା, ପ୍ରମୁଖ ଆନ୍ଦୋଳନରେ ସାମିଲ ଅଛନ୍ତି ।

jittmm
Leave A Reply

Your email address will not be published.