ସେଞ୍ଚୁରିଅନରେ ଯୁକ୍ତଦୁଇ କଳା ପାଠ୍ୟକ୍ରମ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ସେଞ୍ଚୁରିଅନ ପବ୍ଲିକ ସ୍କୁଲରେ ପ୍ରଥମ ଥର ପାଇଁ ସି.ବି.ଏସ.ସି ପ୍ରଥମ ବର୍ଷ କଳା ପାଠ୍ୟକ୍ରମ ସେଞ୍ଚୁରିଅନ ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କରୋନା କଟକଣାକୁ ମାନି ପ୍ରଥମ ବର୍ଷର ଛାତ୍ରଛାତ୍ରୀ ଓ ଅବିଭାବକମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମଟି ଅନୁଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଦୀପ କୁମାର ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଦୀପ ପ୍ରଜ୍ୱଳନ କରାଯାଇ ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା । ସି.ବି.ଏସ.ସିର କଳା ପାଠ୍ୟକ୍ରମ ଦାୟିତ୍ୱରେ ଥିବା ପୁଣ୍ୟତୋୟା ବିଶ୍ୱାଳ ସ୍ୱାଗତ ଭାଷଣ ଦେବା ସହିତ ପାଠ୍ୟକ୍ରମ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଜେ.ଆଇ.ଟି.ଏମ. ଅଧ୍ୟକ୍ଷ ଅନଙ୍ଗ ଉଦୟ ନାଏକ, ଉପାଧ୍ୟକ୍ଷ ଅଙ୍କିତା ସୁଭ୍ରସ୍ମିତା ଗଡତ୍ୟା, ସେଞ୍ଚୁରିଅନ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ତମାଲ ଚକ୍ରବର୍ତୀ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀମାନେ ପାଠପଢା ସହିତ ଦକ୍ଷତା ବିକାଶ କ୍ଷେତ୍ରରେ ଆଗକୁ ଗଲେ ସଫଳତା ହାସଲ କରିପାରିବ ବୋଲି ଶ୍ରୀ ଷଡ଼ଙ୍ଗୀ ମତବ୍ୟକ୍ତ କରିଥିଲେ । ସେଞ୍ଚୁରିଅନରେ ସିଭିଲ ସର୍ଭିସ ଜବ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟାପିକା ମଞ୍ଜୁଲତା ପଳେଇ, ଅଭିଷେକ ମହାପାତ୍ର, କସ୍ତୁରୀ ଦାଶ, ସୌମ୍ୟା ମୋହାଲିଙ୍ଗ, ଅମୟ ରଞ୍ଜନ ମେହେର, ଆକାଶ ସାହୁ, ରମେଶ କୁମାର ପାଣିଗ୍ରାହୀ ସହଯୋଗ କରିଥିଲେ । ଶେଷରେ ଅଧ୍ୟାପିକା ପୁଣ୍ୟତୋୟା ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.