centurian jitm

ପଥରଚେପା ଓଏଭି ଛାତ୍ରଛାତ୍ରୀଙ୍କ ବାଜିମାତ

  • ମାଟ୍ରିକରେ ପିୟୂଷ, ଯୁକ୍ତ ୨ ବିଜ୍ଞାନରେ ସୁଚିସ୍ମିତା ଏବଂ ବାଣିଜ୍ୟରେ ସ୍ମୃତିଶିଖା ଟସ୍ପର

ବଲାଙ୍ଗିର : ସିବିଏସଇ ମାଟ୍ରିକ ଓ ଯୁକ୍ତ ପରୀକ୍ଷା ଫଳାଫଳରେ ପଥରଚେପାସ୍ଥିତ ଓଏଭିର ଛାତ୍ରଛାତ୍ରୀମାନେ ବାଜି ମାରିଛନ୍ତି। ମାଟ୍ରିକରେ ୭୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୪ଜଣ ୯୫ ପ୍ରତିଶତ, ୧୯ଜଣ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି। ପିୟୂଷ ବିଶ୍ଵାଳ ସର୍ବାଧିକ ୯୭ ପ୍ରତିଶତ ମାର୍କ ରଖିଛନ୍ତି । ସେହିପରି ଯୁକ୍ତ ୨ ବିଜ୍ଞାନରେ ୭୩ଜଣ ପରୀକ୍ଷା ଦେଇଥିବା ବେଳେ ୬ଜଣ ୯୦ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି। ସୁଚିସ୍ମିତା ବେହେରା ୯୩.୮୦ପ୍ରତିଶତ ମାର୍କ ସହ ସ୍କୁଲ ଟପ୍ପର ହୋଇଛନ୍ତି। ଯୁକ୍ତ ୨ ବାଣିଜ୍ୟରେ ସମୁଦାୟ ୩୦ଜଣ ପରୀକ୍ଷା ଦେଇଥିବାବେଳେ ସ୍ମୃତିଶିଖା ସାହୁ ୮୯.୨ ପ୍ରତିଶତ ମାର୍କ ସହ ସ୍କୁଲ ଟପ୍ପର ହୋଇଛନ୍ତି । ଛାତ୍ରଛାତ୍ରୀଙ୍କ ଏହି ସଫଳତା ପାଇଁ ସ୍କୁଲ କର୍ତ୍ତୃପକ୍ଷ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.