
ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲାରେ ଚାଲିଛି ପଥର ମାଫିଆଙ୍କ ରାଜ । ବେନିୟମ ଭାବେ ପଥର ଲୁଟୁଛନ୍ତି ପଥର ମାଫିଆ । ରାତାରାତି ଟ୍ରକରେ ପଥର ଚୋରି କରି ନେଉଥିବା ଦେଖିବାକୁ ମିଳିଛି । ଖଣି ଖାଦାନ ଭରା ରାୟଗଡା ଜିଲ୍ଲା ପାଲଟିଛି ପଥର ମାଫିଆଙ୍କ ଚରାଭୂଇଁ । ନିଲାମ ଅବଧି ସରିବା ପରେ ମଧ୍ୟ ବେଧଡକ ଭାବେ ପଥର କ୍ୱାରୀରୁ ପଥର ନେଉଛନ୍ତି ମାଫିଆ । ବର୍ଷ ବର୍ଷ ଧରି ନିଲାମ ଆବଧି ସରିଥିଲେ ମଧ୍ୟ ବ୍ରେକ ଲଗାଇବାରେ ଅସମର୍ଥ ବିଭାଗ । ଯାହାଫଳରେ ଖଣି ମାଫିଆ ମାଲେମାଲ ହେଉଥିବା ବେଳେ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ସରକାର । ରାୟଗଡା ବ୍ଲକରେ ସର୍ବାଧିକ ପଥର ଖାଦାନ ରହିଥିବା ବେଳେ ଖୁଆରିରୁ ପଥର ଖନନ କରୁଛନ୍ତି । ଏହି ଦୃଶ୍ୟ ଗୁଡିକୁ ଟିକିଏ ଭଲ ଭାବରେ ଦେଖନ୍ତୁ ସରକାରଙ୍କ ସବୁ ନିୟମକୁ ଫୁ କରିଦେଇ ଟ୍ରକରେ ରାତାରାତି ଚୋରା ଚାଲାଣ ହେଉଛି । ଆବଶ୍ୟକ କାଗଜପତ୍ର ନଥିବାରୁ ତାହା ବନ୍ଦ ରହିଥିବା ବେଳେ ଏ ପର୍ଯ୍ୟନ୍ତ ନିଲାମ ହୋଇନାହିଁ । ଅଭିଯୋଗ ଆସିଲେ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ରାୟଗଡା ଖଣି ବିଭାଗ କହିଛନ୍ତି । ବେନିଲାମୀ ଖୁଆରୀରୁ ପଥର ନେଉଥିବା ଦେଖି ବୁଦ୍ଧିଜୀବୀ ମହଲରେ ସନ୍ଦେହ ସୃଷ୍ଟି ହେଉଛି ।