jayashree

୧୮ମାସ ପରେ ଆଜିଠୁ ଅଷ୍ଟମ ଶ୍ରେଣୀ ପାଠପଢ଼ା ଆରମ୍ଭ : ପିଲାଙ୍କ ମଧ୍ୟରେ ଉତ୍କଣ୍ଠା

ଭୁବନେଶ୍ୱର: ୧୮ମାସ ପରେ ଆଜିଠାରୁ ଅଷ୍ଟମ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବ ବୋଲି ଜଣାପଡିଛି । କୋଭିଡ଼ ଗାଇଡ଼ଲାଇନକୁ ମାନି ଅନ୍‌ଲାଇନ ବଦଳରେ ଏବେ କ୍ଲାସରୁମରେ ବସି ପାଠ ପଢ଼ିବେ ଛାତ୍ରଛାତ୍ରୀ । ସକାଳ ୯ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ଚାଲିବ ଅଷ୍ଟମ କ୍ଲାସ । ତେବେ ଦୀର୍ଘ ମାସ ପରେ ସ୍କୁଲ ଖୋଲୁଥିବାରୁ ପିଲାଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଗାଇଡ଼ଲାଇନ ଅନୁଯାୟୀ ପରିଷ୍କାର, ପରିଚ୍ଛନ୍ନତାକୁ ଅଧିକ ଗୁରୁତ୍ୱ ଦିଆଯାଉଛି । କ୍ଲାସ ଆରମ୍ଭ ହେବା ପୂର୍ବରୁ ସ୍କୁଲକୁ ସାନିଟାଇଜ କରାଯାଇଥିବା ବେଳେ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ ସହ ହାତ ସାନିଟାଇଜ କରାଯିବ ।

Leave A Reply

Your email address will not be published.