“ସାମାଜିକ ଗଣମାଧ୍ୟମର ପ୍ରଭାବ”କୁ ଦୃଷ୍ଟିରେ ରଖି ଏ.ଆଇ.ସି.ଟି. ଅଟଳ ଫ୍ୟାକଲ୍ଟୀ ଡେଭଲପମେଣ୍ଟ କାର୍ଯ୍ୟକ୍ରମ : ଭୁବନେଶ୍ୱର ଆଇଆଇଟିରେ ଆରମ୍ଭ ହେଲା ପାଠପଢା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ଆଇଆଇଟିର ସ୍କୁଲ ଅଫ୍ ହ୍ୟୁମାନିଟିଜ୍, ସୋସିଆଲ୍ ସାଇନ୍ସେସ୍ ଆଣ୍ଡ ମ୍ୟାନେଜମେଣ୍ଟରେ ୨୦୨୨ ଡିସେମ୍ବର ୧୨ରୁ ୨୩ ତାରିଖ ପର୍ଯ୍ୟନ୍ତ ମ୍ୟାପିଂ ଦ ଇମ୍ପାକ୍ଟ ଅଫ୍ ସୋସିଆଲ୍ ମିଡିଆ ଉପରେ ଏଆଇସିଟିଇ ଅଟଳ ଫ୍ୟାକଲ୍ଟୀ ଡେଭଲପମେଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୨୦୨୨ ଡିସେମ୍ବର ୧୯ ତାରିଖରେ ଆଇଆଇଟି ଭୁବନେଶ୍ୱରର କମ୍ୟୁନିଟି ସେଣ୍ଟରରେ ଏହି କାର୍ଯ୍ୟକ୍ରମର ଅଫ୍‌ଲାଇନ୍ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଆଇସିଟିଇ ଅଟଳ ଏକାଡେମୀ ସାରା ଦେଶରୁ ଏଆଇସିଟିଇ ଅନୁମୋଦିତ ଅନୁଷ୍ଠାନର ଅଧ୍ୟାପକ ସଦସ୍ୟମାନଙ୍କୁ ନିରନ୍ତର ଶିକ୍ଷା ଲାଭର ସୁୟୋଗ ପ୍ରଦାନ କରିଥାଏ । ମହାମାରୀ ପରବର୍ତ୍ତୀ ଯୁଗରେ ଏଆଇସିଟିଇ ଅନୁବନ୍ଧିତ ଶିକ୍ଷକମାନଙ୍କ ପାଇଁ ଦକ୍ଷତା ବିକାଶ ସୁନିଶ୍ଚିତ କରିବା ଲାଗି ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଆଇଆଇଟି ଭୁବନେଶ୍ୱରର ସ୍କୁଲ ଅଫ୍ ହ୍ୟୁମାନିଟିଜ୍, ସୋସିଆଲ୍ ସାଇନ୍ସେସ୍ ଆଣ୍ଡ ମ୍ୟାନେଜମେଣ୍ଟ ପକ୍ଷରୁ ଶିକ୍ଷକ ସମାଜର ହିତ ପାଇଁ ଏଆଇସିଟିଇ ଅଟଳ ଏଫ୍‌ଡିପି ଓ ଅନ୍ୟାନ୍ୟ ଏକାଡେମିକ୍ ଆଉଟରିଚ୍ କାର୍ଯ୍ୟକ୍ରମ ନିୟମିତ ଭାବେ ଆୟୋଜନ କରାଯାଉଛି ।ଦୁଇ ସପ୍ତାହ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଏଆଇସିଟିଇ ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନଗୁଡ଼ିକର ଅଧ୍ୟାପକମାନେ ପଞ୍ଜୀକରଣ କରିଛନ୍ତି । ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କରମଲକର କହିଥିଲେ ଯେ, ଆମର ନିରନ୍ତର ଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ଆଇଆଇଟି ଭୁବନେଶ୍ୱର ଦେଶର ଏହି ଭାଗରେ ଶୈକ୍ଷିକ ପ୍ରସାର କାର୍ଯ୍ୟକ୍ରମରେ ମାର୍ଗଦର୍ଶକ ଶକ୍ତି ହେବାକୁ ପ୍ରୟାସ କରୁଛି ।ତାଙ୍କର ଉତ୍ସାହପୂର୍ଣ୍ଣ ମାର୍ଗଦର୍ଶନ ଏବଂ ପ୍ରଫେସର ସୁଜିତ ରାୟଡିନ୍, କଣ୍ଟିନିଏଣ୍ଟ୍ ଏଜୁକେସନ୍, ପ୍ରଫେସର ରାଜେଶ ରୋଶନ ଦାଶ, ଆସୋସିଏଟ୍‌ ଡିନ୍ (କଣ୍ଟିନ୍ୟୁଏଣ୍ଟ ଏଜୁକେସନ୍‌) ଏବଂ ଏଚ୍‌.ଏସ୍‌. ଏସ୍‌.ଏମ୍‌. ସ୍କୁଲର ମୁଖ୍ୟ ଡ଼ଃ ଦୁଖବନ୍ଧୁ ସାହୁଙ୍କ ପର୍ଯ୍ୟାପ୍ତ ସମର୍ଥନ ଦ୍ୱାରା, ଏହି କାର୍ଯ୍ୟକ୍ରମକୁ ଆଇଆଇଟି ଭୁବନେଶ୍ୱରର ସ୍କୁଲ ଅଫ୍ ହ୍ୟୁମାନିଟିଜ୍, ସୋସିଆଲ ସାଇନ୍ସ ଆଣ୍ଡ ମ୍ୟାନେଜମେଣ୍ଟର ଡଃ ପୁଣ୍ୟଶ୍ରୀ ପଣ୍ଡା ସଂଯୋଜନା କରୁଛନ୍ତି ।

Leave A Reply

Your email address will not be published.