ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ବୃନ୍ଦାବନ କୁମ୍ଭାରଙ୍କ ଚେଷ୍ଟାରେ ପିଲାଙ୍କ ପାଖରେ ପହଞ୍ଚିଲା ବିଦ୍ୟାଶ୍ରୀ ପାଠାଗାର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଚାଣ୍ଟିପଲା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଯିଏ କି ରାଜ୍ୟପାଳ ପୁରସ୍କାରପ୍ରାପ୍ତ ବୃନ୍ଦାବନ କୁମ୍ଭାରଙ୍କ ପ୍ରଚେଷ୍ଟା ବଳରେ ଜିଲ୍ଲା ତଥା ଜିଲ୍ଲା ବାହାରକୁ ଯାଇ ପିଲାମାନଙ୍କ ନିକଟକୁ ଭ୍ରାମ୍ୟମାଣ ପାଠାଗାର ନେଇ ପହଞ୍ଚିଛନ୍ତି । କଳାହାଣ୍ଡି ଜିଲ୍ଲା ପରେ ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ସ୍ଥିତ ଋଷିଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ଆୟୋଜକ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ତଥା ଅବସରପ୍ରାପ୍ତ ଶିଶୁ ସାହିତ୍ୟିକ ବୃନ୍ଦାବନ କୁମ୍ଭାର ଉଦ୍ଦେଶ୍ୟ ଜ୍ଞାପନ‌ କରିଥିବା ବେଳ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତୁଳସୀ ବାଗ ପୁସ୍ତକ ହିଁ ଜ୍ଞାନର ବିକାଶ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ ।

ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ତିଳୋତ୍ତମା ଜେନା, ପ୍ରିୟଙ୍କା ବାଗ, ରୀତା ସିଂ ଠାକୁର, ଶିକ୍ଷକ ଗୋବିନ୍ଦ ବେହେରା ଦୁଃଖ କଷ୍ଟ ବେଳେ ତଥା ନିର୍ଜନ ସ୍ଥାନରେ ପୁସ୍ତକ ହିଁ ପ୍ରକୃତ ବନ୍ଧୁ ବୋଲି ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ । ସମୟ ଅପଚୟ ନକରି ଗ୍ରନ୍ଥକୀଟ ହୋଇ ମହାପୁରୁଷଙ୍କ ଜୀବନ କାହାଣୀ ପଢ଼ିବାକୁ ସୁପରାମର୍ଶ ଦେଇଥିଲେ । ଶେଷରେ ପ୍ରଶ୍ନ ଉତ୍ତର ମାଧ୍ୟମରେ ଚୟନ କରାଯାଇ ପ୍ରତାପ ପୋଡ଼, କାନ୍ତିଦଳ, ଗ୍ଲୋରୀ ତାଣ୍ଡିଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା । ଗୋବିନ୍ଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.