ଲିମପଡ଼ା ୟୁଜିଏଚ୍‌ଏସ୍‌ ସ୍କୁଲରେ ପହଞ୍ଚିଲା ଭ୍ରାମ୍ୟମାଣ ପାଠାଗାର

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ୟୁଜିଏଚ୍‌ଏସ୍‌ ଲିମପଡ଼ା ଠାରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୁବେନ୍ଦ୍ର ଜେନିଆ ଅଧ୍ୟକ୍ଷତା କରି ପାଠାଗାରର ପ୍ରତିଷ୍ଠାତା ତଥା ଅବସର ପ୍ରାପ୍ତ ଶିକ୍ଷକ ବୃନ୍ଦ।ବନ କୁମ୍ଭାରଙ୍କୁ ପରିଣତ ବୟସରେ ଏପରି କାର୍ଯ୍ୟକ୍ରମ ହାତକୁ ନେଇଥିବାରୁ ପ୍ରଶଂସା କରିଥିଲେ । ପୁସ୍ତକ ପଢ଼ିବା ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ଚରିତ୍ର ଗଠନରେ ସହାୟକ ହୁଏ ବୋଲି ମତ ବ୍ୟକ୍ତ କରିଥିଲେ । ବିଦ୍ୟାଳୟର ସହକାରି ଶିକ୍ଷକ ଚୈତନ୍ୟ କୁମାର ପଣ୍ଡା, ଦିଲିପ କୁମାର ପଣ୍ଡା, ସୁଚିଶ୍ମିତା ତ୍ରିପାଠୀ ପୁସ୍ତକ ପଠନ ଦ୍ୱାରା ମଣିଷର ଭବିଷ୍ୟତ ଉଜ୍ଜ୍ୱଳ ହୋଇଥାଏ ବୋଲି ପ୍ରକାଶ କରିଥିଲେ । ଶେଷରେ ପାଠାଗାର ପୁସ୍ତକକୁ ନେଇ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.