ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ ରାଉରକେଲା କୁଇନ୍ସ ଓ କ୍ୟାରିୟର ମ୍ୟାପ୍ର ମିଳିତ ଆନୁକୂଲ୍ୟରେ ପଥ ପଦର୍ଶକ (ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ସହ ଛାତ୍ର ଛାତ୍ରୀଙ୍କ ଭାବ ବିନିମୟ) କାର୍ଯ୍ୟକ୍ରମ ସେକ୍ଟର ୧୮ ସ୍ଥିତ ଉପହାର ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । କୁଇନ୍ସର ସଭାପତି ରୋଟାରୀଆନ ଗ୍ରୀଷ୍ମା ପରମାରଙ୍କ ସଭାପତିତ୍ୱ, କୋଷାଧ୍ୟକ୍ଷ ରୋଟାରୀଆନ କମଲପ୍ରୀତ କୌରଙ୍କ ମଞ୍ଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରୋଟାରୀ ୩୨୬୧ର ଡିଜିଇ ରୋଟାରୀଆନ ଆଲାମ ସିଂ ରୂପ୍ରା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ କୁଇନ୍ସ ଏହା ଏକ ଅନନ୍ୟ ଓ ସାଧୁ ଉଦ୍ୟମ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମ ଦ୍ୱାରା ରାଉରକେଲାର ଛାତ୍ରଛାତ୍ରୀମାନେ ଗୋଟିଏ ଛାତ ତଳେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନର ଲକ୍ଷ୍ୟ, ଆଭିମୁଖ୍ୟ ତଥା ସେମାନଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଶିକ୍ଷାର ମାନ ସମ୍ପର୍କରେ ଅବଗତ ହେବା ସହ ଭାବ ବିନିମୟ କରିପାରିବେ ଓ ନିଜର ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ ବୋଲି ମତ ରଖିଥିଲେ । ଏହି ଅବସରରେ ଉପାଧ୍ୟକ୍ଷ ରୋଟାରୀଆନ ଏକତା ସାଙ୍ଗ୍ଘିଙ୍କ ପୁସ୍ତକ ‘ଫ୍ରମ ଷ୍ଟ୍ରଗଲ ଟୁ ଷ୍ଟ୍ରେଙ୍ଗଥ୍’କୁ ଅତିଥି ଶ୍ରୀ ରୂପ୍ରା ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭାରତ ବର୍ଷର ୨୦ଟି ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଅଂଶଗ୍ରହଣ କରିଥିଲେ । ଅନୁଷ୍ଠାନ ଗୁଡ଼ିକ ମଧ୍ୟରେ ଡାମିଟ୍ସ, ଏନ୍ଆଇଟି, ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଫେସନ ଟେକ୍ନୋଲୋଜି ଭୁବନେଶ୍ୱର, ସେଞ୍ଚୁରିଆନ ୟୁନିଭରସିଟି, ଦି ଇନଷ୍ଟିଚ୍ୟୁଟ ଅଫ୍ କଷ୍ଟ ଆକାଉଣ୍ଟସ୍ ଅଫ୍ ଇଣ୍ଡିଆ ରାଉରକେଲା, ସିଜିସି ୟୁନଭରସିଟି, ମୋହାଲି, କଳିଙ୍ଗ ୟୁନଭରସିଟି, ରିମ୍ସ, କ୍ୟାରିୟର ମ୍ୟାପ୍, ଏଏସବିଏମ୍ ୟୁନିଭରସିଟି, ଏବିଏସଏମଏଆରଆଇ, ଲଭଲି ପ୍ରଫେସନାଲ ୟୁନିଭରସିଟି, ଆଇସିଏଫଏଆଇ ଗୃପ ହାଇଦ୍ରାବାଦ, ପିଏମସିଏ, ଜିଆଇଟିଏଏମ୍, ସପ୍ତଗିରି ଏନପିଏସ ୟୁନିଭରସିଟି, ଏମିଟି ଭୁବନେଶ୍ୱର, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ କଟକ, ଇନଷ୍ଟିଚ୍ୟୁଟ ଅଫ୍ ଭେଞ୍ଚର ବିଲଡିଙ୍ଗ୍ ଆଦି ଅଂଶଗ୍ରହଣ କରିଥିଲେ । ଏହି ଅବସରରେ କ୍ୟାରିୟର ମ୍ୟାପ୍ର ସଂଯୋଜକ ଯଶୋବନ୍ତ ନାରାୟଣ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ରୋଟାରିଆନ ଆଇପିପି ବରଖା ଗୁପ୍ତା, ସମ୍ପାଦକ କୁନୱଲଜିତ କୌର, ଉପାଧ୍ୟକ୍ଷ ହରପାଲ ରୂପ୍ରା, ରୂଚିତା ଅଗ୍ରୱାଲ, କାଞ୍ଚନ ଅଗ୍ରୱାଲ, ଅନିତା ଲାଠ୍, ସୁମନ ଜିନ୍ଦଲ, ଆଭା ମାହାତୋ, ଶଇଲା ବୁଦ୍ଧରାଜ, ସୀମା ପୋଦ୍ଦାର, ଧର୍ମେଶ ପରମାର, ରଶ୍ମି ମହାଜନ, ଅନୁପମା ଅଗ୍ରୱାଲ, ପୂଜା ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Next Post