
ପାଟଣାଗଡ଼, (କେପିଏନ୍ଏସ୍) : ପାଟଣାଗଡର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ପାଟଣେଶ୍ୱରୀ ସାହିତ୍ୟ ସଂସଦ ଟ୍ରଷ୍ଟର ବାର୍ଷିକୋତ୍ସବ ରାଧାକୃଷ୍ଣ ମନ୍ଦିର ପରିସରରେ ଧୂମଧାମ୍ରେ ପାଳିତ ହୋଇଯାଇଛି । ସଂସଦର ସଭାନେତ୍ରୀ ସୁଶ୍ରୀ ସଂଯୁକ୍ତା ପରିଚ୍ଛାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଡଃ. ଗୋବର୍ଦ୍ଧନ ନାଏକ ମୁଖ୍ୟ ଅତିଥି, ଡଃ. ସଙ୍ଗୀତା ନାଏକ ମୁଖ୍ୟ ବକ୍ତାଭାବରେ ଯୋଗଦେଇଥିଲେ । କୋଷାଧ୍ୟକ୍ଷ ସତ୍ୟାନନ୍ଦ ଖମାରୀ ଅତିଥି ପରିଚୟ, ସମ୍ପାଦିକା ସୁଶ୍ରୀ ସବିତା ଭୋଇ ବିବରଣୀ ପ୍ରଦାନ ଓ ବିରଞ୍ଚି ନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିା ବେଳେ ଡା.ସୁଧାଂଶୁ ଶେଖର ମିଶ୍ର ସଭା ପରିଚାଳନା କରିଥିଲେ । ମା’ପାଟଣେଶ୍ୱରୀଙ୍କୁ ପୂଜାର୍ଚ୍ଚନା କରିବା ପରେ ସଂସଦର ମୁଖପତ୍ର ପାଟଣା ସୌରଭ ଅତିଥିମାନଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା । କୋଷାଧ୍ୟକ୍ଷ ସତ୍ୟାନନ୍ଦ ଖମାରୀଙ୍କ ପୁସ୍ତକ ପଦ୍ୟ ସମ୍ଭାର ମଧ୍ୟ ଉନ୍ମୋଚିତ ହୋଇଥିଲା । ସଂସଦ ତରଫରୁ ପାଟଣେଶ୍ୱରୀ ସାରସ୍ଵତ ସମ୍ମାନ କବି ନିରଞ୍ଜନ ପଟ୍ଟନାୟକ, ଗ୍ରାମ୍ୟ କବିରତ୍ନ ଚୁଡାମଣି ପାଣିଗ୍ରାହୀ ସ୍ମୃତି ସମ୍ମାନ କବି ଲକ୍ଷ୍ମୀଧର ମାଝୀ ଓ ବିପିନ ବିହାରୀ ପରିଚ୍ଛା ସ୍ମୃତି ସମ୍ମାନ କବି ଦିଲ୍ଲୀପ ମହାନ୍ତିଙ୍କୁ ପ୍ରମାଣ ପତ୍ର, ଉପଢୌକନ ଓ ସ୍ମୃତି ଫଳକ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ଦ୍ୱିତୀୟ ଅଧିବେଶନରେ ଉପସଭାପତି ସୁରୁଚି ମିଶ୍ରଙ୍କ ସଭାପତିତ୍ୱରେ ବହୁଭାଷୀ କବିତା ପାଠ ହୋଇଥିଲା । ସଂଯୁକ୍ତା ଚନ୍ଦନ, ସଂଯୁକ୍ତା ପାଣିଗ୍ରାହୀ ଓ ଯାଜ୍ଞସେନୀ ହୋତାଙ୍କ ସଂଯୋଜନାରେ ୫୦ରୁ ଅଧିକ କବି କବିତା ପାଠ କରିଥିଲେ । ସମସ୍ତ କବିଙ୍କୁ ସ୍ମୃତିପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସରୋଜିନୀ ମେହେର, ଦୀପ୍ତି ପ୍ରକାଶ ଦାସ, ଗଜାନନ ପୁରୋହିତ, ଦୀପାବଳୀ ସାହୁ, ଦୁର୍ଗା ପ୍ରସାଦ ପାଣିଗ୍ରାହୀ, ଶିବ ପ୍ରସାଦ ସାଏ, ଭବାନୀ ଶଙ୍କର ପଟେଲ, ସତ୍ୟାନନ୍ଦ ବିଶ୍ୱାଳ, ଦୀନବନ୍ଧୁ ବଗର୍ତ୍ତୀ, ଅନ୍ତର୍ଯ୍ୟାମୀ ବରିହା, ବିଘ୍ନେଶ୍ୱର ଯୋଶୀ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ହିମାଂଶୁ ହୋତା, ଗୌରୀ ରାଉତ, ପ୍ରଦୀପ କୁମାର ଦାଶ ସହଯୋଗ କରିଥିଲେ ।