ପାତାଳୀ ଶ୍ରୀକ୍ଷେତ୍ର ହୁଣ୍ଡିରୁ ଚୋରି

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ପୁଣି ପାତାଳୀ ଶ୍ରୀକ୍ଷେତ୍ରରୁ ତାଲା କାଟି ହୁଣ୍ଡିରୁ ଚୋରି । ସୁବର୍ଣ୍ଣପୁର ଜିଲ୍ଲା କୋଟସମଲେଇ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର ହୁଣ୍ଡିରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ଜଗନ୍ନାଥ ମନ୍ଦିରର ତାଲା କାଟି ହୁଣ୍ଡି ସମେତ ଏମ୍ପ୍ଲି ଫାୟାର ଏବଂ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଯାଇଛନ୍ତି । ଆଜି ସକାଳୁ ପୂଜକ ପହଞ୍ଚି ଦେଖିଲା ପରେ ମନ୍ଦିରର ତାଲା କଟା ଅବସ୍ଥାରେ ପଡ଼ିଥିବାରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ତୁରନ୍ତ ପାତାଳୀ ଟ୍ରଷ୍ଟକୁ ଘଟଣା ବିଷୟରେ ଜଣାଇଥିଲେ । ଖବର ପାଇଁ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମନ୍ଦିର ପଛପଟୁ ହୁଣ୍ଡି ଉଦ୍ଧାର କରିଥିବା ଜଣାପଡିଛି । ତେବେ ହୁଣ୍ଡିରେ କେତେ ଟଙ୍କା ଥିଲା ତାହା ସ୍ପଷ୍ଟ ଜଣାପଡ଼ି ନାହିଁ । ଗତ କିଛି ମାସ ତଳେ ସମାନ ଢଙ୍ଗରେ ଏହି ମନ୍ଦିରରୁ ଚୋରଶ ହୋଇଥିଲେ ହେଁ ପୋଲିସ କାହାକୁ ଗିରଫ କରିବାରେ ସମର୍ଥ ହୋଇନଥିଲା । ବାରମ୍ବାର ଏଭଳି ଘଟଣାକୁ ପୋଲିସ ପ୍ରଶାସନ ଗୁରୁତ୍ୱ ଦେଉ ନଥିବା ସାଧାରଣରେ ଅଭିଯୋଗ ହେଉଛି ।

Leave A Reply

Your email address will not be published.