jayashree

ଜରାସିଂହା ପାଟଖଣ୍ଡା ଯାତ୍ରା : ଜରାସିଂହା ମନ୍ଦିରକୁ ପହଞ୍ଚିଲା ପାଟ ସିନ୍ଦୁର, ଆଜି ଦେଝାରରୁ ବାହାରିବେ ଦେବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହାରେ ବହୁ ପ୍ରତୀକ୍ଷିତ ପାଟଖଣ୍ଡା ଯାତ୍ରା ପାଇଁ ପାଟ ସିନ୍ଦୁର ସୋମବାର ରାତିରେ ପାଟଖଣ୍ଡା ଦେବୀଙ୍କ ମୁଖ୍ୟ ମନ୍ଦିର ଜରାସିଂହାରେ ପହଞ୍ଚିଛି । ପାରମ୍ପରିକ ରୀତିନୀତି ଅନୁଯାୟୀ ପାଟଣାଗଡ଼ରୁ ବାହାରି ବିଭିନ୍ନ ସ୍ଥାନରେ ପୂଜା ଅର୍ଚ୍ଚନା ହେବା ପରେ ଦେଓଗାଁ କଛାରପାଲି ମସଲିଆ ଘରେ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ପହଞ୍ଚିଥିଲା । ପ୍ରାୟ ଦେଢ଼ ଘଣ୍ଟା ପୂଜା ହେବା ପରେ ଦେଓଗାଁ ଓ କଛାରପାଲିର ଶ୍ରଦ୍ଧାଳୁମାନେ ଦର୍ଶନ କରିଥିଲେ । ପଟଣାଗଡ଼ରୁ ଚାଲି ଚାଲି ଆସିଥିବା ସେବକଙ୍କଠାରୁ ବିଳମ୍ବିତ ରାତିରେ ପଟଖଣ୍ଡା ଦେବୀଙ୍କ ସେବକ ଦୁର୍ଗା ପ୍ରସାଦ ସିଂ ଦେଓ ଓ ବରୁଆ ସନ୍ତୋଷ ଥନାପତି ପାଟ ସିନ୍ଦୁରକୁ ବରଣ କରି ମନ୍ଦିର ଭିତରକୁ ଆଣିଥିଲେ ।

Leave A Reply

Your email address will not be published.