ଜରାସିଂହା ପାଟଖଣ୍ଡା ଯାତ୍ରା ଉଦ୍‌ଯାପିତ : ହଜାର ହଜାର ଶ୍ରଦ୍ଧାଳୁଙ୍କୁ ବିଦାୟ ଦେଇ ବାହୁଡ଼ିଲେ ପାଟଖଣ୍ଡା

ଦେଓଗାଁ, (ମନୀଷ କୁମାର ସାହୁ) : ଚିରା ଚରିତ ପ୍ରଥା ଅନୁସାରେ ପାଳିତ ହେଉଥିବା ୨୦୨୧ ପାଟଖଣ୍ଡା ଯାତ୍ରା ଗତକାଲି ଉଦ୍‌ଯାପିତ ହୋଇଯାଇଛି । ଜିଲ୍ଲା ପ୍ରଶାସନର କରୋନା କଟକଣା ଯୋଗୁଁ ବିନା ଭକ୍ତରେ ଯାତ୍ରା ହେବ ପୁଣି କମ୍‌ ସମୟ ମଧ୍ୟରେ ଯାତ୍ରା ହେବାକୁ ପ୍ରଶାସନିକ ଓ ପରିଚାଳନା କମିଟିର ନିଷ୍ପତ୍ତି ପରେ ଶ୍ରଦ୍ଧାଳୁଙ୍କ ମନରେ ଗଭୀର ଆଘାତ ହୋଇଥିଲା । ଗତ ୧୫ ତାରିଖ ଦିନ ଉଚ୍ଚ ବାହାଲି ଯାତ୍ରାରେ ଶ୍ରଦ୍ଧାଳୁଙ୍କୁ କଟକଣା ମଧ୍ୟରେ ପାଟଖଣ୍ଡା ଦର୍ଶନ କରିବାକୁ ପଡ଼ିଥିଲା । ଏହି ଖଳା ସମେତ ୩ଟି ଖଳା ଯଥା ବଅରାପିଟା ଓ ନିଶିଗୁଡ଼ି ଖଳାରେ ଯଦିଓ ୧୪୪ଧାରା ଲଗାଯାଇଥିଲା ତଥାପି ତହସିଲଦାରଙ୍କ ଉପସ୍ଥିତି, ଦେଓଗାଁ ଓ ତୁଷୁରା ଆଇଆଇସିଙ୍କ ସହଯୋଗରେ ଯାତ୍ରା ସୁରୁଖୁରୁ ପାଳିତ ହୋଇଥିଲା । ଗତ ଶୁକ୍ରବାର ଦିନ ପାଟଖଣ୍ଡା ଦେବୀ ଦେଝାରରୁ ବାହରି ଉଚ୍ଚବାହାଲି ଖଳାରେ ଯାତ୍ରା ହେବା ପରେ ଶନିବାର ଓ ରବିବାର ଦିନ ବଅରାପିଟା ଓ ବିରୁପାନି ଜେନାବୁଢ଼ା, ନିଶିଗୁଡ଼ି ଯାତ୍ରା ଅନୁଷ୍ଠିତ ହୋଇଥିଲା । ସୋମବାର ଦିନ ସକାଳରୁ ପାରଂପାରିକ ରୀତିନୀତିରେ ନିଶିଗୁଡ଼ି ଖଳାରେ ପୂଜା କରିବା ପରେ ପ୍ରାୟ ୧୦ଟା ସମୟରେ ପାଟଖଣ୍ଡା ଦେବୀ ବିଦାୟ ନେଇ ମନ ଗମନ କରିଥିଲେ । ସୋମବାର ଦିନ ଅନୁଷ୍ଠିତ ହୋଇଥିବା ଯାତ୍ରାରେ ପାଟଖଣ୍ଡାଙ୍କ ୩୨ ଦେହେରୀ ସହ ଜମିଦାର ଦୁର୍ଗାପ୍ରସାଦ ସିଂଦେଓ, ବିଏନଏଏ ସଭାପତି ପୁରୁଷୋତ୍ତମ ଥନାପତି, ସଂପାଦକ ରାଜ କିଶୋର ସେଠ, ଦେଓଗାଁ ବ୍ଳକ ପୂର୍ବ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର, ଦେଓଗାଁ ଗୌନ୍ତିଆ ଭକ୍ତଚରଣ ସାହୁ ସହ ଯାତ୍ରା ପରିଚାଳନା କମିଟିର କର୍ମକର୍ତ୍ତା ପ୍ରମୁଖ ଉପସ୍ତିତ ଥିଲେ । ଚଳିତ ବର୍ଷ କରୋନା କଟକଣା ସତ୍ୱେ ପାଟଖଣ୍ଡା ଯାତ୍ରାକୁ ଠିକ ଭାବେ ପରିଚାଳନାରେ ସହଯୋଗ କରିଥିବାରୁ ଦେଓଗାଁ ତହସସିଲଦାର ଯୁଗଲ କି‌ଶୋର ବିଶ୍ବାଲ, ଦେଓଗାଁ ଥାନା ଓ ତୁଷରା ଥାନାର ପୁଲିସ ଅଧକାରୀମାନଙ୍କୁ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.