ଟିଟିଲାଗଡ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ପାସ୍‌ବୁକ ପ୍ରିଣ୍ଟ ପାଇଁ ଲାଗୁଛି ଲମ୍ବା ଲାଇନ : ଅଧିକ ମେସିନ ଲଗାଇବା ନିମନ୍ତେ ଦାବୀ

ଟିଟିଲାଗଡ, (ନିରୋଜ କୁମାର ପାଣୀ) : ଲୋକ ନିଜର ଜମା ପୁଞ୍ଜିକୁ ରଖିବା ପାଇଁ ବ୍ୟାଙ୍କମାନଙ୍କ ଉପରେ ନିର୍ଭର କରିଥାନ୍ତି । ବିଭିନ୍ନ ବ୍ୟାଙ୍କମାନଙ୍କ ମଧ୍ୟରୁ ଷ୍ଟେଟ ବ୍ୟାଙ୍କ ହେଉଛି ଲୋକଙ୍କ ବିଶ୍ଵାସନୀୟ ବ୍ୟାଙ୍କ । ଟିଟିଲାଗଡ ସହରର ମୁଖ୍ୟ ଶାଖାକୁ ପ୍ରତିଦିନ ବହୁତ ଲୋକ ନିଜର ଟଙ୍କା ଜମା କରିବା, କାଢିବା, ବିଭିନ୍ନ ଭତ୍ତା, ପେନସନ ଭଳି ଆଉ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଆସିଥାନ୍ତି । ବ୍ୟାଙ୍କ ଭିତରେ ପୂର୍ବରୁ ପ୍ରବଳ ଭିଡ଼ ହେଉଥିବା ଯୋଗୁଁ ଭିଡ କମାଇବାକୁ ବ୍ୟାଙ୍କ ବାହାରେ ପାସବୁକ ପ୍ରିଣ୍ଟ ମେସିନ ଲଗାଯାଇଛି । ଯେହେତୁ ବହୁତ ଲୋକ ନିଜ ପାସବୁକ ପ୍ରିଣ୍ଟ କରିବାକୁ ମେସିନ୍‌ ଉପରେ ନିର୍ଭର କରିଥାନ୍ତି ସେଥିପାଇଁ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳୁଛି । ତା’ସହିତ ଆଉ ଗୋଟିଏ ମେସିନ ଲଗାଯାଉ ବୋଲି ଜନ ସାଧାରଣ ଦାବୀ କରୁଛନ୍ତି ।

ଅନ୍ୟ ପଟେ ବ୍ୟାଙ୍କ ତରଫରୁ ଗ୍ରାହକମାନଙ୍କ ସୁବିଧା ନିମନ୍ତେ ୟୋନୋ ଏସ୍‌ବିଆଇ ଆପ ନିଜ ମୋବାଇଲରେ ଡାଉନ୍‌ଲୋଡ କରି ନିଜ ଆକାଉଣ୍ଟର ସବୁ ସ୍ଥିତି ଜାଣି ହେବ, ଯାହାକି ସବୁ ଲୋକଙ୍କ କ୍ଷେତ୍ରରେ ମୋବାଇଲ ଦ୍ଵାରା କରିବା ସମ୍ଭବ ହେଉନାହିଁ ସେଥିପାଇଁ ଆଉ ଗୋଟିଏ ପ୍ରିଣ୍ଟ ମେସିନ ସ୍ଥାପନ ପାଇଁ ଲୋକେ ଦାବୀ କରୁଛନ୍ତି ।

Leave A Reply

Your email address will not be published.