oum

ଦେଓଗାଁ ବ୍ଲକ ଖଇରଗୁରାରେ ହାତୀ ଉପଦ୍ରବ : ଫସଲକୁ ନଷ୍ଟ କରି ଚାଷ ଜମିକୁ ଦଳିଦେଲେ ହାତୀପଳ

jsm

ଦେଓଗାଁ, (ମନୀଷ କୁମାର ସାହୁ) : ମାସ ମାସ ଧରି ବର୍ଷାକୁ ଅପେକ୍ଷା କରି ରହିଲା ଚାଷୀ । ଶେଷରେ ଅଗଷ୍ଟ ମାସର ଅଧା ଦିନ ପରେ ବର୍ଷାକୁ ଦେଖିବାକୁ ମିଳିଲା । ଏହାପରେ ଚାଷୀକୁଳ ଯଥା ଶୀଘ୍ର ଚାଷ କାମକୁ ଆଗକୁ ବଢ଼ାଇବାରେ ଲାଗିପଡିଲେ । ଠିକ୍ ଏତିକି ବେଳେ ହାତୀପଳ ଗ୍ରାମାଞ୍ଚଳକୁ ପଶି ଆସି ଚାଷ ଜମିରେ ନୂତନ ଉତ୍ପାତ ହେଉଥିବା ଫସଲକୁ ଖାଇ, ଜମିରେ ମାଡ଼ି କଚାଡି ନଷ୍ଟ କରି ଦେଇଛନ୍ତି । ଏଭଳି ଘଟଣା ଘଟିଥିବା ଦେଖିବାକୁ ମିଳିଛି ଦେଓଗାଁ ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଖଇରଗୁରା ଗାଁରୁ । ଖଇରଗୁରା ଗାଁ ନିକଟକୁ ଗତ ରାତିରେ ହାତୀପଲ ଆସି ଗାଁର ଭୁଲକୁ ମହାନନ୍ଦ, ମାଛୁ ମହାନନ୍ଦ, ଜପ ମହାନନ୍ଦ, ବରୁଣ ମହାନନ୍ଦଙ୍କ ପ୍ରାୟ ୨ଏକର ଚାଷ ଜମିର ଫସଲ ଖାଇ ଚାଷଜମି ମାଡ଼ି ନଷ୍ଟ କରି ଦେଇଛନ୍ତି ହାତୀପଳ । ଏହାପରେ ସେମାନେ ନିକଟସ୍ଥ ପାହାଡ଼ ଆଡ଼କୁ ଚାଲିଯାଇଛନ୍ତି । ସେମାନେ ଯଦି ପୁଣିଥରେ ଚାଲି ଆସିବେ ତାହେଲେ ଚାଷ ବୋଲି ଆଉକିଛି ରହିବ ନାହିିଁ ବୋଲି ଗାଁର ଚାଷୀମାନେ ପ୍ରକାଶ କରିଛନ୍ତି । ଏବେ ପୁଣି ଚାଷ କାମ ଆରମ୍ଭ କରିବାର ସମୟ ନାହିଁ ଓ ସମ୍ଭବ ମଧ୍ୟ ନୁହେଁ, ଫଳରେ ସରକାର ଆମକୁ କିଛି ଆର୍ଥିକ ସହାୟତା ପ୍ରଦାନ କରନ୍ତୁ ବୋଲି ସ୍ଥାନୀୟ ଚାଷୀମାନେ କହିଛନ୍ତି । ପ୍ରତିବର୍ଷ ଠିକ ଚାଷ ସମୟରେ ହାତୀପଲ ବୌଦ୍ଧ ପଟରୁ ଆସି ଦେଓଗାଁ ବ୍ଲକର ବିଭିନ୍ନ ଗାଁରେ କ୍ଷୟକ୍ଷତି କରିଥାନ୍ତି । ଏବେ ସଂରକ୍ଷିତ ଜଙ୍ଗଲରୁ ଚାଷଜମୀ ଆଡ଼କୁ ଆସୁଥିବା ହାତୀପଳକୁ ସୁରକ୍ଷିତ ଭାବେ ଘଉଡ଼ାଇବାକୁ ନିଯୁକ୍ତି କରାଯାଇଥିବା ସ୍କ୍ୱାର୍ଡ଼ ହାତୀପଳକୁ ଚାଷଜମୀ ନିକଟରୁ ସଂରକ୍ଷିତ ଜଙ୍ଗଲ ନିକଟକୁ ଘଉଡ଼ାଇ ଦେବାକୁ ଗ୍ରାମାଞ୍ଚଳର ଚାଷୀମାନେ ଅଭିଯୋଗ କରୁଛନ୍ତି । ବନ୍ୟଜନ୍ତୁ ଦ୍ୱାରା ହେଉଥିବା କ୍ଷୟକ୍ଷତି ପାଇଁ ସହାୟତା କରିବାକୁ ସରକାରଙ୍କ ନିକଟରେ ଚାଷୀମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.