ଟିଟିଲାଗଡ଼ର ସିରିଡ଼ି ସାଇବାବା ମନ୍ଦିର ଓ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ୱାର୍ଡ ନମ୍ବର ୪ ମୁଡ଼ାବନ୍ଧ ନିକଟରେ ନୂତନ ଭାବେ ନିର୍ମିତ ହୋଇଥିବା ଶ୍ରୀ ଶିରିଡ଼ି ସାଇବାବାଙ୍କ ମନ୍ଦିର ଓ ପ୍ରାଣ ପ୍ରତିଷ୍ଠା ସମାରୋହ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ଵର ଠାରୁ ଡ. ଚନ୍ଦ୍ରଭାନୁ ଶତପଥୀ ଆସି ଏହି ସମାରୋହରେ ଯୋଗ ଦେଇଥିଲେ । ଏହାପରେ ଶ୍ରୀ ଶତପଥୀ ସାଇବାବାଙ୍କ ବିଷୟରେ ଉପସ୍ଥିତ ଥିବା ଭକ୍ତ ମାନଙ୍କୁ ବାବାଙ୍କ ଆଲୌକିକ ଘଟଣା ବିଷୟରେ ଆଲୋକପାତ କରିଥିଲେ । ଅପରାହ୍ନ ତିନିଟାରେ ରତ୍ନମଣ୍ଡପ ବିଜେ ଓ ସନ୍ଧ୍ୟା ପାଞ୍ଚଟାରେ ପୂର୍ଣ୍ଣାହୁତି ଦିଆଯାଇଥିଲା । ସନ୍ଧ୍ୟା ଆଳତି ଦେଖିବାକୁ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ସନ୍ଧ୍ୟାରେ କଣ୍ଠଶିଳ୍ପୀ ପଙ୍କଜ ଜାଲ ଓ ମାନସୀ ପାଣିଗ୍ରାହୀଙ୍କ ଦ୍ଵାରା ଭଜନ ପରିବେଷଣ କରାଯାଇଥିଲା । ଗତ ୬ ତାରିଖରୁ ଅଖଣ୍ଡ ଜ୍ୟୋତି ସ୍ଥାପନ, ୭ ତାରିଖରେ ଅଧିବାସ ଓ କଳସ ଯାତ୍ରା, ୮ ତାରିଖରେ ସୂର୍ଯ୍ୟ ପୂଜା, ତୋରଣ ଓ ଧ୍ଵଜ ପୂଜା, ୯ ତାରିଖରେ ନାମ ଯଜ୍ଞ ଆରମ୍ଭ ଓ ୧୦ ତାରିଖରେ ନାମଯଜ୍ଞ ପୂର୍ଣ୍ଣାହୁତି ଓ ବାବାଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହୋଇଯାଇଛି । ତେବେ ପ୍ରତିଦିନ ଭକ୍ତଙ୍କ ନିମନ୍ତେ ପ୍ରସାଦ ବଣ୍ଟନର ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଶିରିଡ଼ି ସାଇ ସଂସ୍ଥାନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

Leave A Reply

Your email address will not be published.