centurian jitm

ଭାରତୀୟ ଯୋଗ ସଂସ୍ଥାନର ୫୯ତମ ପ୍ରତିଷ୍ଠା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହରର ଯୋଗର୍ସ ପାର୍କରେ ଭାରତୀୟ ଯୋଗ ସଂସ୍ଥାନର ୫୯ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡ. ସୁରେଶ କୁମାର ପଧାନ ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ଓଡ଼ିଶାର ପ୍ରାନ୍ତ ଉପ ପ୍ରଧାନ ପ୍ରାଣବନ୍ଧୁ ବେହେରା ଯୋଗ ଦେଇଥିଲେ । ବଲାଙ୍ଗିର କ୍ଷେତ୍ରର କ୍ଷେତ୍ର ପ୍ରଧାନ ଦୀପ୍ତି ରାଣୀ ମହାନ୍ତି, ସମ୍ବଲପୁର କ୍ଷେତ୍ରର କ୍ଷେତ୍ର ମନ୍ତ୍ରୀ ବିରେନ୍ଦ୍ର ମେହେର ପ୍ରମୁଖ ମଞ୍ଚରେ ମଞ୍ଚାସୀନ ଥିଲେ । ସହରର ଅନେକ ମହିଳା ଓ ପୁରୁଷ ଯୋଗ ଦେଇ ନିଶୁଳ୍କ ଭାବରେ ଯୋଗ କରିଥିଲେ । ଯୋଗ ଦ୍ଵାରା ଶରୀର ସୁସ୍ଥ ରହିବା ସହ ସକାଳୁ ସକାଳୁ ଯୋଗ କଲେ ଦିନ ପୁରା ଭଲ ଭାବରେ କଟି ଥାଏ ବୋଲି ଯୋଗ କରୁଥିବା ମହିଳା ଓ ପୁରୁଷମାନେ କହିଛନ୍ତି ।

Leave A Reply

Your email address will not be published.