oom

ମଦନପୁରରେ ନୂତନ ରଥ ପ୍ରତିଷ୍ଠା ଉତ୍ସବ

jsmm

ମ.ରାମପୁର, (ପି.କେ ସାହୁ) : ଆସନ୍ତା ୨୭ରେ ପୁରୀଠାରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ,ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁରଠାରେ ରାଜା ରାଜୁଡା ଶାସନ ଅମଳରୁ ଚାଲିଆସୁ ଥିବା ପୁରାତନ ରଥଯାତ୍ରା ପାଇଁ ସୋମବାର ଦିନ ନୂତନ ରଥ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂଜକ ଭାବେ ଅନିରୁଦ୍ଧ ପାଢ଼ୀ ଓ ସୁଦର୍ଶନ ପଣ୍ଡା, କର୍ତ୍ତା ଭାବେ ବସନ୍ତ ଦଣ୍ଡିଆ ଓ ପତ୍ନୀ ସବିତା ଦଣ୍ଡିଆ ଥିବାବେଳେ, ହରି ମହାନନ୍ଦ, ଲଳିତ ହେର୍ନା, ସୁଦର୍ଶନ ପାଢ଼ୀ, ସହଦେବ ପାଢ଼ୀ, ବିରାଟ ମୁଣ୍ଡଛିନା, ଜୟରାମ ମହାନନ୍ଦ, ଗେଥଲ ରାଣ ପ୍ରମୁଖ ସହଯୋଗ କରିଥିଲେ । ରଥ ନିର୍ମାଣରେ କାରୀଗର ଭାବେ କୁଜାମହୁକର ନୀଳମଣି ରଣା, ବାଲିଗୁଡାରୁ ହରୀ କୁମରା, ବଡ଼ ସୁରଡ଼ାରୁ ବୌବସୁତ ସା, ରଙ୍ଗ ମିସ୍ତ୍ରୀ ଭାବେ ଧର୍ମେନ୍ଦ୍ର ମୁଣ୍ଡଛିନା, ଲାବନ୍ୟ ବେହେରା ନିୟୋଜିତ ଥାଇ କାର୍ଯ୍ୟ ସମାପନ କରିଥିଲେ । ଏଥିରେ ମଦନପୁରରୁ ସମସ୍ତ ଗ୍ରାମବାସୀଙ୍କ ସହଯୋଗ ଓ ମିଳିତ ଉଦ୍ୟମରେ ବହୁତ ଦିନ ପରେ ମହାପ୍ରଭୁ କାଳିଆ, ବଳଭଦ୍ର ଓ ସୁଭଦ୍ରାଙ୍କ ପାଇଁ ନୂତନ ରଥ ନିର୍ମାଣ ହୋଇଥିବାରୁ ଭକ୍ତ ମହଲରେ ଖୁସିର ଜୁଆର ଦେଖିବାକୁ ମିଳିଥିଲା ।

jittmm
Leave A Reply

Your email address will not be published.