ଟିଟିଲାଗଡ଼ରେ ଉପଖଣ୍ଡ ରାଜସ୍ୱ ଅମଲା ସଂଘରକାର୍ଯ୍ୟ ବନ୍ଦ ଡାକରା ଦ୍ୱିତୀୟ ଦିନରେ : ଯୋଗଦେଲେ ଜିଲ୍ଲା ସ୍ତରୀୟ ପ୍ରତିନିଧି

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଓଡ଼ିଶା ରାଜସ୍ୱ ଅମଲା ସଂଘର ରାଜ୍ୟ ବ୍ୟାପି କାର୍ଯ୍ୟ ବନ୍ଦ ଡାକରା ଦ୍ୱିତୀୟ ଦିନରେ ପହଞ୍ଚିଛି । ମଙ୍ଗଳବାର ଦିନ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦ୍ୱିତୀୟ ଦିନରେ ପୁଣି ଥରେ ଶାନ୍ତି ପୂର୍ଣ୍ଣ ଧାରଣା ଦେବା ସହ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି । ଯଦ୍ୱାରା ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ଲକ ଅଫିସ, ତହସିଲ ଅଫିସ, ଆଇ ସି ଡ଼ି ଏସ ଅଫିସ ଗୁଡିକରେ କାର୍ଯ୍ୟ ଠପ୍ ହୋଇଯାଇଛି । ଏହି ଆନ୍ଦୋଳନ ପାଇଁ ଜନ ସାଧାରଣ ଅସୁବିଧାର ସମ୍ମୁଖିନ ହେବେ ସେଥିପାଇଁ ସଂପୂର୍ଣ୍ଣ ଭାବେ ସରକାର ଦାୟୀ ରହିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏହି ଆନ୍ଦୋଳନରେ ଆଜି ବଲାଙ୍ଗିର ଜିଲ୍ଲାରୁ ପ୍ରତିନିଧି ମଣ୍ଡଳୀ ଆସି ସାମିଲ ହୋଇଥିଲେ । ଏହି ଅବସରରେ ସଂଘର ଉପଦେଷ୍ଟା ନୀଳମାଧବ ପଟ୍ଟନାୟକ, ଜିଲ୍ଲା ସଭାପତି ପ୍ରଭାତ ମଲ୍ଲିକ, ରାଜ୍ୟ ଉପସଭାପତି ସୁରେନ୍ଦ୍ର କୁମାର ବାବୁ, କାର୍ଯ୍ୟକାରୀ ସଭାପତି ସୁନିଲ ବିଶିଙ୍କ ସହ ସୌମ୍ୟ ରଞ୍ଜନ ପଣ୍ଡା ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.