ppurohit

ନବାନ୍ନ ଛୁଟି ଘୋଷଣାକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା

2nd

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲାରେ ଭାଦ୍ରବ ମାସରେ ଦୁଇଟି ତିଥିରେ ନବାନ୍ନ ଭକ୍ଷଣ କରାଯାଉଥିବା ବେଳେ ପଞ୍ଚମୀ ତିଥିର ନୂଆଖାଇ ବଡ଼ ଧୁମଧାମରେ ସମ୍ପନ୍ନ ହୋଇଯାଇଛି । ଏବେ ଦଶମୀ ତିଥିର ବେଳା ଅର୍ଥାତ୍ ସେପ୍ଟେମ୍ବର ଦୁଇ ତାରିଖରେ ଲଗ୍ନ ଧାର୍ଯ୍ୟ ହୋଇଥିବାବେଳେ ଜିଲ୍ଲା ପ୍ରଶାସନ କେବଳ ଭବାନୀପାଟଣା ଉପଖଣ୍ଡକୁ ଛୁଟି ଘୋଷଣା କରିଥିବା ବେଳେ ଧର୍ମଗଡ ଉପଖଣ୍ଡ ମଧ୍ୟରେ ପରମ୍ପରା ଭାବରେ ଦଶମୀ ତିଥିକୁ ଆପଣେଇ ଥିବା ଜୟପାଟଣା, ମହୁଲ ପାଟଣା, ତାଳ ଗୁଡ଼, ମୁଖି ଗୁଡା ଆଦି ଅଞ୍ଚଳରେ ସରକାରୀ କର୍ମଚାରୀଙ୍କ ପାଇଁ ଛୁଟି ଘୋଷଣା କରାଯାଇ ନ ଥିବାରୁ ଅଞ୍ଚଳ ମଧ୍ୟରେ ଏକ ଅହେତୁକ ବାତାବରଣ ସୃଷ୍ଟି ହୋଇଛି । ସାମଗ୍ରିକ ଜିଲ୍ଲାକୁ ପାତର ଅନ୍ତର ନ କରି ଧର୍ମଗଡ ଉପଖଣ୍ଡକୁ ମଧ୍ୟ ଦଶମୀ ତିଥିରେ ନୂଆ ଖାଉଥିବା ଅଞ୍ଚଳ ପାଇଁ ମଧ୍ୟ ବିଶେଷ ଛୁଟି ଘୋଷଣା କରିବାକୁ ଦାବି ହେଉଛି ।

Leave A Reply

Your email address will not be published.