ହିନ୍ଦୀ ରଚନା ଲେଖନ ଓ ଭାଷଣ ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ସବ୍ ଜୁନିଅର ପିଲାଙ୍କ ପାଇଁ ହିନ୍ଦୀ ରଚନା ଲେଖନ ପ୍ରତିଯୋଗିତା ଓ କନିଷ୍ଠ ତଥା ବରିଷ୍ଠ ପିଲାଙ୍କ ପାଇଁ ହିନ୍ଦୀ ଭାଷଣ ପ୍ରତିଯୋଗିତା ଦୀପିକା ଇସ୍ପାତ ଶିକ୍ଷା ସଦନ, ସେକ୍ଟର ୧୮ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଗୁଡିକ ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସସ୍ଥାନ, ରାଉରକେଲା ଆନୁକୁଲ୍ୟରେ ଆୟୋଜିତ ହୋଇଥିଲା । ଦୀପିକା ଇସ୍ପାତ ଶିକ୍ଷା ସଦନ, ସେକ୍ଟର ୧୮ର ପ୍ରଧାନ ଶିକ୍ଷକ ଶିଶିର କୁମାର ସାମଲ ଏଥିରେ ସଭାପତିତ୍ୱ କରିଥିଲେ । ଏଥିରେ ରାଉରକେଲା ଓ ଆଖପାଖ ଅଞ୍ଚଳର ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରୁ ୫୫ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ନିର୍ଣାୟକ ରୂପେ ଡ.ଜଗନ୍ନାଥ ଦାଶ, ରେଖା ବୋଷ ଓ ସୁସ୍ମିତା ପାଲ ଉପସ୍ଥିତ ଥିଲେ ବୋଲି ସସ୍ଥାନର ପ୍ରବନ୍ଧନ ନ୍ୟାସୀ ଏବଂ ସମ୍ପାଦକ ଡ. ଜଗନ୍ନାଥ ଦାଶ ଜଣାଇଛନ୍ତି ।

jittmm
Leave A Reply

Your email address will not be published.